
ପାଲଲହଡା: ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ବାଇକର ବସିଥିବା ମହିଳାଙ୍କର ମୃତ୍ୟୁ ହୋଇଛି । ଦୁଇ ଜଣ ଆହତ ହୋଇଛନ୍ତି । ଅନୁଗୋଳ ଜିଲ୍ଲା ପାଲଲହଡା ଖମାରରେ ଘଟିଛି ଏଭଳି ଅଘଟଣ ।
ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ପାଲଲହଡା ଖମାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଇକ୍ କୁ ପଛପଟୁ ଧକ୍କା ଦେଇଛି ଟ୍ରକ୍ । ଦୁର୍ଘଟଣା ଫଳରେ ବାଇକ୍ ରେ ବସିଥିବା ମହିଳା ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବତିସୁଆଁ ଗାଁରେ ଜ୍ୟୋତ୍ସାରାଣୀ ସାହୁ । ସ୍ବାମୀ-ସ୍ତ୍ରୀ ୬ ବର୍ଷର ଛୁଆକୁ ନେଇ ତାଳଚେରରୁ ଏକ ବାହାଘରରୁ ଫେରୁଥିବା ବେଳେ ପଛପଟୁ ବାଇକକୁ ଟ୍ରକ୍ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ସହ ଡ୍ରାଇଭର ଖମାର ଥାନାରେ ଅଟକ ଅଛି । ଆହତ ବାପା-ଛୁଆଙ୍କୁ ଚିକିତ୍ସା ପାଇଁ ଖମାର ମେଡିକାଲରେ ଭର୍ତ୍ତି କରାଯାଇଛି ।


Comments are closed, but trackbacks and pingbacks are open.