ବାଇକରୁୁ ମିଳିଲା ୫୦ ଲକ୍ଷ

Get real time updates directly on you device, subscribe now.

ପିପିଲି,(ବି.ବି.ନୁ୍ୟଜ): ପିପିଲି ଉପନିର୍ବାଚନରେ ନିର୍ବାଚନୀ ହିଂସା ପରେ ଆଜି ନିର୍ବାଚନୀ ବଣ୍ଟା ଟଙ୍କା ଠାବ ହୋଇଛି । ପିପିଲି ଟୋଲଗେଟ୍ଠାରେ ୨ ଯୁବକଙ୍କଠାରୁ ୫୦ ଲକ୍ଷ ଟଙ୍କା ପିପିଲି ପୁଲିସ୍ ଜବତ କରିଛି । ଗୋଟିଏ ପଲ୍ସର ବାଇକ୍ (ଓଆର୧୩ଜି ୬୬୭୨)କୁ ମଧ୍ୟ ଥାନାକୁ ଟଣାଯାଇଛି । ୨ ଯୁବକଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଚଳାଇଛି । ଟଙ୍କା କେଉଁଠୁ ଆସିଲା? ନିର୍ବାଚନୀ ଖର୍ଚ୍ଚରେ ଲାଗିଥାନ୍ତା କି? ଏସବୁର ତନାଘନା ଚଳାଇଛି ପୁଲିସ ।
ପୁଲିସ ସୂଚନା ମୁତାବକ, ପିପିଲି ଟୋଲଗେଟ୍ ଠାରେ ପୁଲିସର ଏକ ଚେକିଂ କ୍ୟାମ୍ପ ଚାଲିଛି । ଏକ ପଲସର ବାଇକ୍ ଯୋଗେ ୨ ଯୁବକ ଭୁବନେଶ୍ୱର ଆଡୁ ଆସୁଥିଲେ । ୨ ପୁଲିସ କନଷ୍ଟେବଳ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ସେମାନେ କିନ୍ତୁ ପୁଲିସ ନିଦେ୍ର୍ଧଶ ମାନିନଥିଲେ । ୨ ଆରୋହୀ ନ ଅଟକି ବାଇକ୍ର ସ୍ପିଡ୍ ବଢ଼ାଇଥିଲେ । ପିସିଆର ଭ୍ୟାନ୍ ଏହା ଦେଖି ଉଭୟଙ୍କୁ ପିଛା କରିଥିଲା । ତରାକାଜ ଛକଠାରେ ଉଭୟଙ୍କୁ ଅଟକାଇଥିଲା । ପଛରେ ବସିଥିବା ଯୁବକର କାନ୍ଧରେ ଥିବା ନାଲି ରଙ୍ଗର ବ୍ୟାଗ୍ରୁ ପୁଳା ପୁଳା ଟଙ୍କା ମିଳିଥିଲା । ସଙ୍ଗେ ସଙ୍ଗେ ଉଭୟଙ୍କୁ ଥାନାକୁ ନିଆଯାଇଥିଲା । ଅଟକ ଦୁଇ ଯୁବକ ହେଲେ ପିପିଲି ବ୍ଲକ୍ ରୂପଦେଇପୁର ପଞ୍ଚାୟତ ଅଲାରପୁର ଗ୍ରାମର ଅଶ୍ୱିନୀ କୁମାର ସାହୁ ଓ ଛଣଘର ଗ୍ରାମର ପବିତ୍ର କୁମାର ଜେନା (୩୨) ।
ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳଙ୍କ କହିବା ମୁତାବକ, ବ୍ୟାଗ୍ରୁ ୫୦ ଲକ୍ଷ ଟଙ୍କା ମିଳିଛି । ଏହି ଟଙ୍କା ନିର୍ବାଚନ ଖର୍ଚ୍ଚ ପାଇଁ ଅଣାଯାଉଥିବା ସନେ୍ଦହ କରାଯାଉଛି । ୨ ଯୁବକ ବଳଙ୍ଗା ଅଞ୍ଚଳର । ସେମାନଙ୍କର କୌଣସି ରାଜନୈତିକ ଦଳ ସହ ସମ୍ପର୍କ ଅଛି କି ନାହିଁ । ଏନେଇ ତଦନ୍ତ ଚାଲିଛି । ସେପଟେ ପିପିଲି ତହସିଲଦାର ସପନ ନନ୍ଦ କହିଛନ୍ତି, ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଛି । ଆଗକୁ ଆଇନ୍ ମୁତାବକ, କାର୍ଯ୍ୟାନୁÂାାନ ନିଆଯିବ ।
ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି ଯେ, ୨ ଯୁବକ ହେଉଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପ;ନାୟକଙ୍କ ସମର୍ଥକ । ନିର୍ବାଚନୀ ରାଲିରେ ସେହି ଯୁବକ ଜଣକ ଆଶ୍ରିତଙ୍କୁ ନିଜ ବାଇକ୍ରେ ବସାଇ ବୁଲାଉଛନ୍ତି । ଏଥିରୁ ଅନୁମାନ କରାଯାଉଛି ଯେ, ଏମାନେ ବିଜେପିର ଲୋକାଲ୍ ନେତା । ପିପିଲି ନିର୍ବାଚନୀ ଖର୍ଚ୍ଚ ପାଇଁ ଜବତ ଟଙ୍କାଗୁଡିକ ପିପିଲି ଆଣୁଥିଲେ । ପିପିଲି ଏନ୍ଏଏସି ପାଇଁ ଟଙ୍କା ଅଣାଯାଉଥିବା ସୂଚନା ମିଳିଛି । ସେପଟେ ବିଜେପି ପକ୍ଷରୁ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କୁହାଯାଇଛି ।
ଟଙ୍କା ବ୍ୟାଗ୍ ଜବତ ପରେ ପୁରୀ ଅତିରିକ୍ତ ଏସ୍ପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା, ପିପିଲି ତହସିଲଦାର ସପନ ନନ୍ଦ ଓ ପିପିଲି ଥାନା ଅଧିକାରୀ ଗୌରାଙ୍ଗ ପୃଷ୍ଟି ଥାନାରେ ବସି ଏ ସମ୍ପର୍କରେ ଆଲୋଚନା ଜାରି ରଖିଛନ୍ତି । ଆୟକର ଅଧିକାରୀ ଏହାର ତଦନ୍ତ କଲା ପରେ ବିସ୍ତୃତ ସୂଚନା ମିଳିପାରିବ ।
ଉଲ୍ଲେଖଯୋଗ୍ୟ ଯେ, ଉପ-ନିର୍ବାଚନର ଭୋଟିଂ ତାରିଖ ପାଖେଇ ଆସୁଛି । ଭୋଟରଙ୍କୁ ଟଙ୍କା ବାଣ୍ଟି ପ୍ରଲୋଭିତ କରିବାକୁ ଢେ଼ର୍ ଟଙ୍କା କାରବାର ଚାଲିବ । ଏଣୁ ନିର୍ବାଚନ ମଣ୍ଡଳୀକୁ ବାହାରୁ ଟଙ୍କା ନ ଆସିବା ପାଇଁ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ପୁରୀ ପୁଲିସ ଚେକିଂକୁ କଡ଼ାକଡ଼ି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons