ବାଇକରେ ଥିଲା ସାପ ,ପିଟିପିଟି ମାରିଦେଲେ ଲୋକେ

Get real time updates directly on you device, subscribe now.

ଭଦ୍ରକ : ଗାଡିରୁ ଗାଡିକୁ ଡେଇଁଲା ଗଛୁଆ ନାଗ । ଲୋକେ ଭୟଭୀତ ହୋଇ ରୁଣ୍ଡ ହୋଇ ଦେଖିଲେ । ଫିନାଇଲ ଢାଳି ଗଛୁଆ ନାଗ ସାପକୁ ବାହାର କରିବା ପରେ ପିଟିପିଟି ମାରିଦେଲେ । ଭଦ୍ରକ ସହରର ଚରମ୍ପା ନିକଟରେ ଘଟିଛି ଏମିତି ଘଟଣା ।
ଚରମ୍ପା ଗଳାପୋଲ ନିକଟରେ ଥିବା ଏକ ପାନ ଦୋକାନରେ କେତେକ ଯୁବକ ଖଟି କରୁଥିଲେ । କେହି ଜଣେ ଦେଖିଲେ ଯେ ଚନ୍ଦନ ଦାସଙ୍କ ସ୍କୁଟିରୁ ଗୋଟେ ସାପ ମୁଣ୍ଡ ବାହାର କରୁଛି । ଲୋକେ ପାଟି କରିବାରୁ ସାପଟି ପୁଣି ଭିତରକୁ ପସିଯାଇଥିଲା । ଲୋକେ ସ୍କୁଟିକୁ ତଳେ ପକାଇଦେବାରୁ ସାପଟି ଉଡି ଉଡି ନିକଟରେ ଥିବା ଅନ୍ୟ ଏକ ଗାଡିରେ ପସିଯାଇଥିଲା । ଲୋକେ ଉତ୍ସାହର ସହ ଦେଖୁଥିଲେ । ଶେଷରେ ଫିନାଇଲ ଢାଳି ଲୋକେ ସାପକୁ ବାହାର କରିଥିଲେ । ଏବଂ ଲୋକେ ଦେଖିବା ବେଳକୁ ସାପଟି ଏକ ଗଛୁଆ ନାଗ । ଶେଷରେ ଲୋକେ ପିଟିପିଟି ସାପକୁ ମାରିଦେଇଥିବାର ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons