
କୋଷାଗୁମୁଡ଼ା,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ଚୋରାରେ ବାଇକ୍ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ବେଳେ କୋଷାଗୁମୁଡ଼ା ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅଞ୍ଚଳ ଝଡ଼ିଆଗୁଡ଼ା ଗାଁର ସଞ୍ଜୟ ଖଣ୍ଡପାନ ଓ ପଙ୍କଜ ବେରୁକୁ । ପୁଲିସ୍ ସେମାନଙ୍କ ନିକଟରୁ ଏକ ବାଇକ୍ ଓ ୧୫ କେଜି ଗଞ୍ଜେଇ ଜବତ କରିଛି । ଏହି ଦୁଇ ଅଭିଯୁକ୍ତ ବାଇକ୍ରେ ଗଞ୍ଜେଇ ନେଇ ଯାଉଥିବା ବେଳେ କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ଆଳୁପଦର ଇନ୍ଦ୍ରାବତୀ ନଦୀପୋଲ ଛକ ନିକଟରୁ ପୁଲିସ୍ ସେମାନଙ୍କଠାରୁ ଗଞ୍ଜେଇ ଜବତ କରିଛି ।
କୋଷାଗୁମୁଡ଼ା ଥାନା ଅଧିକାରୀ ଦୁର୍ଗା ମାଧବ ବାଘଙ୍କ ତତ୍ତ୍ୱାବଧାନରେ ଉକ୍ତ ଛକରେ ହେଲମେଟ୍ ଓ ଗାଡ଼ି ଯାଞ୍ଚ୍ ଚାଲିଥିଲା । ଏହି ସମୟରେ ଛତିଶଗଡ଼ ସୀମା ନଗରନାରଠାରୁ ଏକ ବାଇକ୍ରେ ସଞ୍ଜୟ ଓ ପଙ୍କଜ ଗଞ୍ଜେଇ ନେଇ ଆସୁଥିବା ବେଳେ ପୁଲିସ୍ ଚେକିଂ ବେଳେ ଧରାପଡ଼ିଥିଲେ ବୋଲି ପୁଲିସ୍ ସୂଚନା ଦେଇଛି । ଏହି ଘଟଣାରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ବାଘ କହିଛନ୍ତି ।


Comments are closed, but trackbacks and pingbacks are open.