ବାଇକ୍ ଚୋରି ରାକେଟ୍‌ର ପର୍ଦ୍ଦାଫାଶ

Get real time updates directly on you device, subscribe now.

ନୀଳଗିରି : ବାଲେଶ୍ଵର ଇଣ୍ଡଷ୍ଟ୍ରି ଥାନା ଅଧୀନରେ ବାଇକ ରାକେଟ ଠାବ। ରାକେଟ୍‌ର ପର୍ଦ୍ଦାଫାଶ କରିବା ସହିତ ପୁଲିସ ୧୫ ମୋଟର ସାଇକେଲ, ଗୋଟିଏ କାର, ଗୋଟିଏ ବଲେରୋ ଗାଡି ଜବତ କରିଛି। ବାଲେଶ୍ଵରର ବିଭିନ୍ନ ଅଞ୍ଚଳରୁ ୫ ଜଣ ଚୋର ଗିରଫ ହୋଇଛନ୍ତି। ଇଣ୍ଡଷ୍ଟ୍ରି ଥାନା ଅଧିକରିଣୀ ମିନତୀ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସୂଚନା ଦେଇଛନ୍ତି। କିଛିଦିନ ଧରି ବାଲେଶ୍ଵର ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ସକ୍ରିୟ ହୋଇ ଉଠିଥିଲେ ବାଇକ ଚୋର। ଏହା ପୁଲିସ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଥିଲା। ବାଇକ୍‌ ଚୋରି ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା। ପରେ ପୁଲିସ ମାମଲାର ଖୋଳତାଡ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons