ସୋର : ବାଲେଶ୍ବର ଜିଲ୍ଲା ଖଇରା ଥାନା ଔପଦା-ଖଇରା ରାସ୍ତା ଘୋଡା ଛକରେ ବାଇକ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛି । ଉଭୟଙ୍କୁ ପ୍ରଥମେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡ ମେଡିକଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ ଯେ, ଏକ ବାଇକରେ ଆନନ୍ଦ ବେହେରା ବୟସ ଓ ଅଶ୍ଵନା ବେହେରା ଆସୁଥିବା ବେଳେ ଟ୍ରକ୍ ଟି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ଗୁରୁତର ହୋଇଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ସୋର ମେଡିକାଲକୁ ପଠାଇଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡ ମେଡିକଲକୁ ସ୍ଥାନାନ୍ତର କରାଯାଇଛି।
Comments are closed, but trackbacks and pingbacks are open.