ବାଇକ୍-ଟ୍ରାକ୍ଟର ମୁହାଁମୁହିଁ:ପତ୍ନୀ ମୃତ, ସ୍ୱାମୀ ଗୁରୁତର

Get real time updates directly on you device, subscribe now.

ଗୋଷାଣି,(ବି.ବି.ନୁ୍ୟଜ): ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅଧୀନ ଏସ୍.ରାଉତପୁର ଗାଁ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ବାଇକ୍ ସହ ଏକ ଇଟା ବୋଝେଇ ଟ୍ରାକ୍ଟରର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ୍ରେ ଯାଉଥିବା ଆଦିବାସୀ ଦମ୍ପତି ଟ୍ରାକ୍ଟର ତଳୁକୁ ବାଇକ୍ ସହ ପସି ଯାଇଥିଲେ । ଏଥିରେ ପତ୍ନୀଙ୍କ ମୃତୁ୍ୟ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ଗୋଷାଣି ବ୍ଲକ୍ ସୋବରା ପଞ୍ଚାୟତ ଏସ୍.ତାଳସିଂ ଗ୍ରାମର ପ୍ରକାଶ ଶବର ଓ ତାଙ୍କ ପତ୍ନୀ ରଜନୀ ଶବର ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହି ଘଟଣାରେ ଗାରାବନ୍ଧ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଏସ୍ଆଇ ସୁଶାନ୍ତ ସେଠୀ ସୂଚନା କହିଛନ୍ତି ।
ପୁଲିସ ସୂଚନା ଅନୁସାରେ, ଶନିବାର ପ୍ରକାଶ ଶବର ଏବଂ ତାଙ୍କ ପନôୀ ଏକ ବାଇକ (ଓଡି୨୦ବି-୦୭୩୫)ରେ ଗାରାବନ୍ଧ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଇଟା ବୋଝେଇ ଟ୍ରାକ୍ଟର(ଓଡି୨୦ଏ-୬୪୭୨) ସହ ରମ୍ପା ପଞ୍ଚାୟତର ଏସ୍.ରାଉତପୁର ଚର୍ଚ୍ଚ ସମ୍ମୁଖରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ସ୍ୱାମୀ ସ୍ତ୍ରୀ ଟ୍ରାକ୍ଟର ତଳେ ପସି ଯାଇଥିଲେ । ସ୍ଥାନୀୟ ଲୋକେ ପହଞ୍ଚô ଉଭୟଙ୍କୁ ଉଦ୍ଧାର କରି ସ୍ଥନୀୟ ଡାକ୍ତରଖାନାକୁ ନେବାକୁ ପ୍ରୟାସ କରିଥିଲେ । ହେଲେ ସେତେବେଳକୁ ରଜନୀଙ୍କ ମୃତୁ୍ୟ ହୋଇ ସାରିଥିଲା । ପ୍ରକାଶଙ୍କୁ ଗୁରୁତର ଅବସ୍ଥାରେ ଗାରାବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଗାରାବନ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚô ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଏହି ଘଟଣାରେ ପୁଲିସ ୯୨/୨୦୨୦ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରହିଥିବା ଥାନା ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons