ବାଇକ୍ ଧକ୍କାରେ କଲେଜ ଛାତ୍ର ମୃତ

Get real time updates directly on you device, subscribe now.

ପାତ୍ରପୁର, (ବି.ବି.ନୁ୍ୟଜ୍): ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ଖାରିଆଗୁଡ଼ା ପଞ୍ଚାୟତର ତମ୍ୱାପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁଙ୍ଗି ଗ୍ରାମର ଶିବଶଙ୍କର ନାଇକ ନାମକ ଜଣେ ଯୁବକର ମୃତ୍ୟୁ ହାଇଯାଇଛି । ବ୍ରହ୍ମପୁରର ଏକ କଲେଜରେ ପଢ଼ୁଥିବା ଶିବଶଙ୍କର ଶୁକ୍ରବାର ଏକ ବାଇକ୍ ଯୋଗେ ନିଜ ଗାଁ ଗୁରୁଙ୍ଗିରୁ ଚିକିଟି ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ତେବେ ବାଇକ୍ କିଭଳି ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ଜଣାପଡ଼ିନାହିଁ । ରାସ୍ତା ଉପରେ ରକ୍ତାକ୍ତ ହୋଇ ପଡ଼ିଥିବା ଦେଖି କିଛି ସ୍ଥାନୀୟ ବାଟୋଇ ଆମ୍ୱୁଲାନ୍ସକୁ ଖବର ଦେଇଥିଲେ । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ପାତ୍ରପୁର ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜରଡ଼ା ପୁଲିସ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons