ବାଇକ୍ ଧକ୍କାରେ ବୃଦ୍ଧଙ୍କ ମୃତୁ୍ୟ

Get real time updates directly on you device, subscribe now.

ଝରିଗାଁ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଝରିଗାଁ ଥାନା ଡାଳିଆମ୍ବା ଗାଁରେ ଏକ ବାଇକ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତୁ୍ୟ ହୋଇଛି ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ବୃଦ୍ଧଙ୍କ ନାଁ ବୃନ୍ଦାବନ ମାଝୀ(୫୫) । ଆହତ ଯୁବକ ହେଲେ ହାତୀବାଡ଼ି ଗାଁର ହେମନ୍ତ ଗୌଡ଼(୨୫) । ଆହତଙ୍କୁ ଝରିଗାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ସ୍ଥାନୀୟ ଏକଟାଗୁଡା ଗାଁର ବୃନ୍ଦାବନ ଏବଂ ତାଙ୍କ ସ୍ତ୍ରୀ ହୀରାମଣି ମାଝୀ ଚନ୍ଦାହାଣ୍ଡି ବ୍ଲକ୍ର କଲମଡଙ୍ଗରି ଗାଁରେ ଚାଲିଥିବା ଏକ ଯଜ୍ଞରେ ଯୋଗଦେଇ ଏକ ସାଇକେଲ୍ରେ ଗାଁକୁ ଫେରୁଥିଲେ । ହାତୀବାଡି ଗାଁର ରାସ୍ତାପାଶ୍ୱର୍ରେ ଥିବା ଏକ ଗଛ ମୂଳେ ବିଶ୍ରାମ ନେଇଥିଲେ । ଏହି ସମୟରେ ହାତୀବାଡି ଗାଁର ହେମନ୍ତ ଏକ ବାଇକ୍(ଓଡି-୦୮ଏ-୯୨୫୩)ରେ ଝରିଗାଁରୁ ଗାଁକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇବାରୁ ବୃନ୍ଦାବନକୁ ଧକ୍କା ଦେଇଥିଲେ । ଦୁର୍ଘଟଣାସ୍ଥଳରେ ହିଁ ବୃନ୍ଦାବନଙ୍କ ମୃତୁ୍ୟ ହୋଇଥିବା ବେଳେ ହେମନ୍ତ ଗୁରୁତର ଆହତ ହୋଇଥିଲେ । ଖବରପାଇ ଝରିଗାଁ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ୍କୁ ପଠାଇଥିଲା । ଅନ୍ୟପକ୍ଷରେ ହେମନ୍ତକୁ ଉଦ୍ଧାର କରି ପୁଲିସ୍ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ଦୁର୍ଘଟଣାଗ୍ରସ୍ତ ବାଇକ୍କୁ ପୁଲିସ୍ ଜବତ କରି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons