ବାଇକ୍ ମୁହାଁମୁହିଁ, ୨ ଗୁରୁତର

Get real time updates directly on you device, subscribe now.

ଡାବୁଗାଁ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡ଼ଆଲମା ପଞ୍ଚାୟତରେ ବୁଧବାର ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଚାଳକ ଗୁରୁତର ହୋଇଛନ୍ତି । ଏମାନେ ହେଲେ ଜବାଗୁଡ଼ାର ସୁଶୀଲ ବିଷୋୟୀ(୧୮) ଓ ଦବରୀଗୁଡ଼ା ଗାଁର ଅଗତ ଭତ୍ରା(୨୦) । ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି । ସୁଶୀଲ ଓ ଅଗତଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ସୁଶୀଲଙ୍କ ଅବସ୍ଥା ଗମ୍ଭୀର ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons