ବାଇକ୍ ସହ ଧକ୍କାହୋଇ ରାସ୍ତା କଡ଼କୁ ଖସିଲା ବସ୍

Get real time updates directly on you device, subscribe now.

ଚଣ୍ଡିଖୋଲ: ରାସ୍ତା ତଳକୁ ଖସିଲା ବସ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଚଣ୍ଡିଖୋଲ ନିକଟ ଗାନ୍ଧୀଛକ ନିକଟରେ ।
ସୂଚନାନୁସାରେ, ଚଣ୍ଡିଖୋଲରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉ ଥିବା ଗୌରୀ ଶଙ୍କର ବସଟି ରାସ୍ତାର ବିପରୀତ ଦିଗରେ ଯାଉ ଥିବା ବେଳେ ଏକ ବାଇକକୁ ଧକ୍କା ଦେଇଥିଲା । ଗାନ୍ଧୀଛକ ନିକଟରେ ବାଇକଟି ରାସ୍ତା ପାରି ହେଉଥିବା ସମୟରେ ବସ ସହ ଧକା ହୋଇଥିଲା । ଫଳରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡିଥିଲା । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବାଇକ ଆରୋହୀ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons