ବାଇକ୍ ସହ ନଦୀକୁ ଖସି ଯୁବକ ମୃତ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ଶେଷଖାଲ ଥାନା ବେହେରାଗୁଡ଼ା ଗାଁ ନିକଟରେ ବାଇକ୍ ସହ ନାଗାବଳୀ ନଦୀକୁ ଖସି ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ମୃତ ଯୁବକ ଭାସ୍କର ପାଲକା(୪୦), ଘର ପୂଜାରୀବାମ୍ବୁ ଗାଁରେ ।
ମଙ୍ଗଳବାର ସନ୍ଧ୍ୟାରେ ଭାସ୍କର ନିଜ ବାଇକରେ ପରିବା କିଣିବାକୁ ସହରକୁ ଆସିଥିଲେ । ଘରକୁ ଫେରିବା ବେଳେ ନଦୀ ଭିତରକୁ ବାଇକ ସହ ଖସିପଡ଼ିଥିଲେ । ଅନ୍ଧାର ଯୋଗୁ ଏହା ଜଣାପଡ଼ିନଥିଲା । ଘଟଣାସ୍ଥଳରେ ହିଁ ତାଙ୍କ ମୃତୁ୍ୟ ହୋଇଥିଲା । ଆଜି ସକାଳେ କେତେକ ଗ୍ରାମବାସୀ ନଦୀ ପାରି ହୋଇ ଯିବାବେଳେ ତାଙ୍କୁ ଦେଖିବାକୁ ପାଇଥିଲେ । ଶେଷଖାଲ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ପହଞ୍ଚି ଶବ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ସେଠାରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଏ ସଂପର୍କରେ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons