ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ନିସ୍ତିପୁର କେନାଲରେ ଅଜଣା ଯୁବକଙ୍କ ମୃତ୍ୟୁ ଦେହ ଠାବ ହୋଇଛି। କେନାଲରେ ବାଇକ ସହ ଯୁବକଙ୍କ ମୃତ ଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଛନ୍ତି। ଘଟଣାର ସୂଚନା ପାଇ ପାଟପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ କରୁଛି। ଯୁବକଙ୍କ ପରିଚୟ ମିଳିନାହିଁ । ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଅପେକ୍ଷା କରାଯାଇଛି। ଅଗ୍ନିଶମ ବିଭାଗ ଟିମ ପହଞ୍ଚି ଶବ ଉଦ୍ଧାର କରିବା ପରେ ଯୁବକଙ୍କ ପରିଚୟ ବା ସନ୍ଧାନ ମିଳିବ ବୋଲି ପୁଲିସ କହିଛି। ଘଟଣା ସ୍ଥଳରେ ଗ୍ରାମବାସୀଙ୍କ ଗହଳି ଲାଗି ରହିଛି।
Comments are closed, but trackbacks and pingbacks are open.