ବାଇଶିପାହାଚ ମରାମତି ପାଇଁ ଏଏସ୍ଆଇ ଟିମ୍ କାମ ଆରମ୍ଭ

Get real time updates directly on you device, subscribe now.

ପୁରୀ: ଶ୍ରୀମନ୍ଦିରର ବାଇଶି ପାହାଚର ହେବ ମରାମତି । ଏଥିଲାଗି ଶ୍ରୀମନ୍ଦିରରେ ପହଞ୍ଚି ପ୍ରତିଟି ପାହାଚର ମାପଚୁପ ସହ ଅନୁଧ୍ୟାନ କରିଛନ୍ତି ଏଏସ୍‌ଆଇର ଟିମ୍‌ । ଦରକାର ପଡ଼ିଲେ ପୁରୁଣା ସ୍ଥାନରେ ନୂଆ ପଥର ଲାଗିବ ।
ତେବେ ମିଳିଥିବା ସୂଚାନନୁସାରେ, ଶ୍ରୀମନ୍ଦିରରେ ପହଞ୍ଚି ବାଇଶି ପାହାଚର ଯାଞ୍ଚ କରିଛି ଏଏସ୍‌ଆଇ ଟିମ୍‌ । ପ୍ରତିଟି ପାହାଚର ପଥରକୁ ଗୁରୁତ୍ୱ ସହ ଯାଞ୍ଚ କରିଛି ଏଏସ୍‌ଆଇ ଟିମ୍‌ । ଆବଶ୍ୟକ ପଡିଲେ, ଯଦି ପଥର ଖରା ପଡେ, ତେବେ ପୁରୁଣା ପଥର ବଦଳରେ ନୂଆ ପଥର ଲାଗିବା ପାଇଁ ବ୍ୟବସ୍ଥା କରାଯିବ । ସେହିପରି ମହାଲକ୍ଷ୍ମୀ ମନ୍ଦିର ମରାମତି ନେଇ ମଧ୍ୟ ଯାଞ୍ଚ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରି ମରାମତି କାର୍ୟ୍ୟ କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons