ବଲାଙ୍ଗିର: ବଲାଂଗିର ଜିଲ୍ଲା ଲୋଇସିଂହା ଥାନା ବୁର୍ଡା ଗାଁରେ ଅଘଟଣ। ବର୍ଷା ଓ ପବନ ହେବାରୁ ୫ଜଣ ଲୋକ ବାଉଁଶ ବୁଦା ତଳେ ଆଶ୍ରୟ ନେଇଥିଲେ। ହତାଠ୍ ବୁଦା ଉପୁ଼ଡି ପଡିବାରୁ ସମସ୍ତେ ଫସିଯାଇଥିଲେ। ଲୋଇସିଂହା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଉଁଶ ବୁଦାକୁ ମେସିନ କଟରରେ କାଟି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ।
୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୀମଭୋଇ ମୋଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି।
ପ୍ରକାଶଥାଉକି ଆଜି ଅପରାହ୍ନରେ ପ୍ରବଳ ବର୍ଷା ଓ ଝଡତୋଫାନ ଯୋଗୁଁ ବୁର୍ଡା ଗାଁ ତଲିପଡା ଶିବ ମନ୍ଦିର ନିକଟରେ ଏକ ବାଉଁଶ ବୁଦା ମୂଳରେ ୫ଜଣ ଲୋକ ଆଶ୍ରୟ ନେଇଥିଲେ। ତେବେ ବାଉଁଶ ବୁଦାଟି ମୂଳରୁ ଉପୁଡି ଯାଇ ସେମାନଙ୍କ ଉପରେ ପଡିଯାଇଥିଲା।
Comments are closed, but trackbacks and pingbacks are open.