ବାକ୍ସରୁ ଲୁଗା ବାହାର କରିବା ବେଳେ ବାଜିଲା ଗୁଳି: ଯୁବତୀଙ୍କ ମୃତ୍ୟୁ

Get real time updates directly on you device, subscribe now.

ସୁନ୍ଦରଗଡ: ଗୁଳି ମାଡ଼ରେ ଯୁବତୀଙ୍କ ମୃତ୍ୟୁ। କପଡା ବାକ୍ସ ଖୋଲି କପଡା ବାହାର କରିବା ବେଳେ ବାକ୍ସ ଭିତରୁ ବାଜିଲା ଗୁଳି। ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଛି। ବାକ୍ସ ଭିତରେ ପିସ୍ତଲ ଥିବା ସନ୍ଦେହ କରାଯାଉଛି। ଗୁଳି ଭରା ପିସ୍ତଲର ଟ୍ରିଗରରେ ହାତ ବାଜି ଯାଇଥିବା ଅନୁମାନ କରାଯାଉଛି। ସୁନ୍ଦରଗଡ଼ ରାଣୀ ବଗିଚାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତାଙ୍କ ନାଁ ରେଣୁ ନାଏକ, ତାଙ୍କ ବୟସ ୩୦ ବର୍ଷ। ଏହି ଘଟଣାରେ ଟାଉନ୍‌ ଥାନ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। କିନ୍ତୁ ପ୍ରକୃତ ଘଟଣା କଣ ଏପର୍ୟ୍ୟନ୍ତ ଜଣାପଡି ନାହିଁ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons