ବାଘଛାଲ ଜବତ, କଳାହାଣ୍ଡିର ୨ ଗିରଫ

Get real time updates directly on you device, subscribe now.

ଗୋଲାମୁଣ୍ଡା,(ବି.ବି.ନୁ୍ୟଜ): ଛତିଶଗଡ଼ ପୁଲିସ ହାବୁଡ଼ରେ ଦୁଇ ବାଘଛାଲ ବେପାରୀ । ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲା ଦେଭୋଗ ଥାନା ପୁଲିସ ବାଘ ଛାଲ ସହ ଦୁଇ ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି । ଜଣେ ଜିଲ୍ଲାର ଜୁନାଗଡ଼ ଥାନା ଝାରବନ୍ଧ ଗାଁର ରମେଶ ନାୟକ ଓ ଗୋଲାମୁଣ୍ଡା ଥାନା ନକଟିକାନି ଗାଁର କେଶବ ମାଝୀ ବୋଲି ଚିହ୍ନଟ କରାଯାଇଛି । ଉଭୟଙ୍କ କୋର୍ଟଚାଲାଣ କରାଯାଇଥିବା ଗରିଆବନ୍ଦ ଏସ୍ପି ଭାଜରାମ୍ ପଟେଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଥିରେ ଆହୁରି ଅଧିକ ଲୋକ ସମ୍ପୃକ୍ତ ଥିବା ସନେ୍ଦହ କରି ପୁଲିସ ୨ ଅଭିଯୁକ୍ତଙ୍କୁ ଜେରା କରୁଥିବା ସେ କହିଛନ୍ତି ।
ଏସ୍ପିଙ୍କ ସୂଚନାମତେ, ରମେଶ ଓ କେଶବ ଏକ ବାଇକ ଯୋଗେ ବାଘ ଛାଳ ଧରି ଦେଭୋଗ ଥାନା ଧୂପକାଟ ଗାଁର ଏକ ବନ୍ଧ ପାଖରେ ଥିଲେ । ସେମାନେ ଗ୍ରାହକକୁ ଅପେକ୍ଷା କରିଥିଲେ ବୋଲି ପୁଲିସ କହୁଛି । ତେବେ ବିଶେଷ ସୂତ୍ରରୁ ଦେଭୋଗ ଥାନା ପୁଲିସ ଓ ସାଇବର ଟିମ୍ ଖବର ପାଇ ଉଭୟଙ୍କୁ କାବୁ କରିଥିଲେ । ସେମାନଙ୍କ ଠାରୁ ଦୁଇଟି ବାଘ ଛାଲ ସହ ଏକ ବାଇକ୍ (ଓଡି ୦୮ ଏନ୍ ୦୮୭୬) ଜବତ କରିଛନ୍ତି । ବାଘଛାଲର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବା ଏସ୍ପି ପ୍ରକାଶ କରିଛନ୍ତି । ଅଭିଯୁକ୍ତ ଦୁହିଁଙ୍କୁ ଦେଭୋଗ ଥାନାକୁ ଆଣି ୧୯୭୨ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଧାରା ୯,୨୯,୩୯,୫୧ରେ ସେମାନଙ୍କ ବିରୋଧରେ ଏକ ମାମଲା ଦାଏର କରାଯାଇଛି । ଉଭୟଙ୍କୁ କୋର୍ଟଚାଲାଣ କରିଥିବା ଏସ୍ପି ଶ୍ରୀ ପଟେଲ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons