ବାଘୁଣୀକୁ ପିଟିପିଟି ମାରିଲେ ଲୋକେ

Get real time updates directly on you device, subscribe now.

ଲକ୍ଷ୍ନୌ: ଦେଶରେ ବନ୍ୟପ୍ରାଣୀଙ୍କ ସଂଖ୍ୟା ଦିନକୁ ଦିନ ଲୋପ ପାଇ ଆସୁଥିବା ବେଳେ ଆଜି ବଡି ସକାଳୁ ପଶ୍ଚିମ ଉତ୍ତର ପ୍ରଦେଶ ଅନ୍ତର୍ଗତ ପିଲିଭିତ ବ୍ୟାଘ୍ର ସଂରକ୍ଷଣରେ ଦଳେ ଗ୍ରାମବାସୀଙ୍କ ମାଡ଼ରେ ଆହତ ହୋଇ ଗୋଟାଏ ପ୍ରାପ୍ତବୟସ୍କା ବାଘୁଣୀର ମୃତ୍ୟୁ ଘଟିଥିବା କଥା ବନ କର୍ମଚାରୀମାନେ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, ବନ କର୍ମଚାରୀମାନେ ୩୧ ଜଣ ନାମିତ ଏବଂ ୧୨ ଅନାମିତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ଅଭିଯୁକ୍ତମାନଙ୍କୁ ପ୍ରିଭେନ୍‌ସନ୍‌ ଅଫ୍‌ କ୍ରୁଏଲିଟି ଟୁ ଆନିମଲ୍‌ସ୍‌ ଆକ୍ଟ ୧୯୬୦ରେ ଚାର୍ଜ କରାଯାଇଛି । ଘଟଣା ସତ୍ୟ ବୋଲି ନିଶ୍ଚିତ କରି ପିଲଭିତ ବ୍ୟାଘ୍ର ସଂରକ୍ଷଣର କ୍ଷେତ୍ର ନିର୍ଦେଶକ ରାଜ ମୋହନ କହିଛନ୍ତି ବାଘୁଣୀଟିର ବୟସ ୫ ବର୍ଷ । ଦେଉରିଆ ନିକଟରେ ଗ୍ରାମବାସୀମାନେ ତାକୁ ଆକ୍ରମଣ କରିଥିଲେ । ଗୁରୁବାର ସକାଳେ ତା’ର ମଢ଼ ଉଦ୍ଧାର କରାଯାଇଥିଲା । ପିଲଭିତ ବ୍ୟାଘ୍ର ସଂରକ୍ଷଣର ୧୨ ନମ୍ବର କମ୍ପାର୍ଟମେଣ୍ଟ୍‌ ନିକଟରେ ଥିବା ମାତାନିଆ ଗ୍ରାମରେ ଜଣେ ଗ୍ରାମବାସୀଙ୍କୁ ବାଘୁଣୀଟି ଆକ୍ରମଣ କରିଥିଲା ବୋଲି ଲୋକମାନେ କହିଛନ୍ତି । ଫଳରେ ଲୋକେ ଘେରି ଯାଇ ତାକୁ ଆକ୍ରମଣ କରିଥିଲେ । ବାଘକୁ ଆକ୍ରମଣ କରାଯିବାର ପ୍ରାୟ ତିନି ଘଣ୍ଟା ପରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ବାଘୁଣୀ ଛୋଟେଇ ଛୋଟେଇ ଅରଣ୍ୟ ମଧ୍ୟକୁ ଚାଲିଯାଇଥିଲା । ଚିକିତ୍ସା କରାଇବାକୁ ବନ କର୍ମଚାରୀମାନେ ତା’ର ସନ୍ଧାନ ନେଇଥିଲେ ବି ବିଫଳ ହୋଇଥିଲେ ଜ୍ଝ ପରେ ବାଘୁଣୀର ଶବ ବ୍ୟବଚ୍ଛେଦ କରାଯାଇ ଜଣାପଡ଼ିଲା ଯେ ତା’ର ପ୍ରାୟ ସବୁ ପଞ୍ଜରାହାଡ଼ ଭାଙ୍ଗି ଯାଇଛି। ଚାରିଜଣ ଲୋକ ତା’ର ଫୁସ୍‌ଫୁସ୍‌କୁ ଫୁଟାଇ ଦେଇଛନ୍ତି । ତା’ ଗୋଡ଼ ସବୁର ହାଡ଼ ଭାଙ୍ଗି ଯାଇଛି । ବର୍ଚ୍ଛା ଓ ମୁନିଆ ଅସ୍ତ୍ର ଆକ୍ରମଣ ଯୋଗୁଁ ତା’ର ସମଗ୍ର ଶରୀର କ୍ଷତ ବିକ୍ଷତ ହୋଇ ଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons