
ଦେବଗଡ଼,(ବି.ବି.ନୁ୍ୟଜ): ରାଜ୍ୟରେ ଥମୁନି ବାଘ ଶିକାର । ପୁଣି ଜବତ ହୋଇଛି କଲରାପତରିଆ ବାଘ ଚମଡ଼ା । କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ ଟାସ୍କ୍ ଫୋର୍ସ(ଏସ୍ଟିଏଫ୍) ପୁଣି ଏକ ବାଘ ଚମଡ଼ା, ଗୋଡ଼ ଓ ନଖ ଜବତ କରିବା ସହ ୨ ଶିକାରୀଙ୍କୁ ଗିରଫ କରିଛି । ସେମାନେ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ କଡ଼ପଡ଼ା ସାଲୋହିର ସୋମନାଥ ପାତ୍ର ଏବଂ ରାଜୀବଲୋଚନ ପାତ୍ର । ୨ ତସ୍କରଙ୍କୁ ଏସ୍ଟିଏଫ୍ ଦେବଗଡ଼ ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଜବତ କଲାରାପତରିଆ ବାଘ ଚମଡ଼ାକୁ ପରୀକ୍ଷା ପାଇଁ ଡେରାଡୁନ୍ ସ୍ଥିତ ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆକୁ ପଠାଯିବ ବୋଲି ଏସ୍ଟିଏଫ୍ ପକ୍ଷରୁ କୁହାଯାଇଛି ।
ଏସ୍ଟିଏଫ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୋମନାଥ ଓ ରାଜୀବ ଦୁହେଁ ବାଘ ଚମଡ଼ା କାରବାର କରୁଥିବା ବିଶ୍ୱସ୍ତ ସୂତ୍ରରୁ ଏସ୍ଟିଏଫ୍ ଜାଣିବାକୁ ପାଇଥିଲା । ତେଣୁ ସେମାନଙ୍କୁ ଧରିବା ପାଇଁ ଏସ୍ଟିଏଫ୍ ବ୍ଲୁ୍ୟ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲା । ଟିମ୍ ଜାଣିବାକୁ ପାଇଥିଲା, ସୋମନାଥ ଓ ରାଜୀବ ଜଣେ ବେପାରୀ ସହ କଲରାପତରିଆ ବାଘ ଚମଡ଼ାକୁ ୧ ଲକ୍ଷ ଟଙ୍କାରେ ବିକ୍ରି କରିବେ । ବେପାରୀକୁ ବାଘ ଚମଡ଼ା ଦେବା ପାଇଁ ଉଭୟ ଗତକାଲି ଅପରାହ୍ଣରେ ବାରାକୋଟ ବୋନାଇ ଛକରେ ଅପେକ୍ଷା କରିଥିଲେ । ଏହି ସମୟରେ ଏସ୍ଟିଏଫ୍ ଟିମ୍ ସେଠାରେ ଚଢ଼ଉ କରିଥିଲେ । ସେମାନଙ୍କ ବାଇକ୍ ଡିକି ଯାଞ୍ଚ କରିବା ବେଳେ ସେଥିରୁ ଏକ କଲରାପତରିଆ ବାଘ ଚମଡ଼ା ଓ କିଛି ନଖ ମିଳିଥିଲା । ତେଣୁ ଏସ୍ଟିଏଫ୍ ବାଘ ଚମଡ଼ା ଓ ବାଇକ୍ ଜବତ କରିବା ସହ ସୋମନାଥ ଓ ରାଜୀବଙ୍କୁ ଗିରଫ କରିଥିଲା । ଜବତ ବାଘ ଚମଡ଼ାରେ ଗୁଳିମାଡ଼ ଚିହ୍ନ ରହିଛି । ତେଣୁ ବାଘକୁ ଗୁଳିକରି ଶିକାର କରା ଯାଇଥିବା ଜଣାପଡ଼ିଛି । ତେବେ ବାଘକୁ ସେମାନେ ଶିକାର କରିଛନ୍ତିି କି କେଉଁ ଶିକାରୀଙ୍କ ଠାରୁ କମ୍ ମୂଲ୍ୟରେ ଆଣି ଅଧିକ ଟଙ୍କାରେ ବିକ୍ରି କରିବା ପାଇଁ ଉଦ୍ୟମ କରୁଥିଲେ ସେ ନେଇ ମୁହଁ ଖୋଲି ନାହାନ୍ତି । ତେଣୁ ଉଭୟଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ଏସ୍ଟିଏଫ୍ର ଜଣେ ବରିÂ ଅଧିକାରୀ କହିଛନ୍ତି ।


Comments are closed, but trackbacks and pingbacks are open.