ବାଘ ଛାଲ, ବନ୍ଧୁକ ଜବତ:ଶିକାରୀ ଗିରଫ

Get real time updates directly on you device, subscribe now.

ମନମୁଣ୍ଡା: ବୌଦ୍ଧ ବନଖଣ୍ଡ ମନମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ କପାସିରା ଗାଁ ନିକଟରୁ ବୁଧବାର ଷ୍ଟେଟ୍ ଟାସ୍କଫୋର୍ସ ଟିମ୍ ଚଢଉ କରି ଏକ ବାଘ ଛାଲ, ଗୋଟିଏ ଦେଶୀ ବନ୍ଧୁକ ଓ ୫୦ଟି ଜୀବନ୍ତ ଗୁଳି, ୨ ପ୍ଲାଷ୍ଟିକ ଡବା ଭର୍ତ୍ତି ବନ୍ଧୁକ ଦାରୁ, ୨୫ ଖାଲି ଡବା, ୧୨ ବଡ଼ ସୀସା ବଲ, ୧୭ ସୀସା ଏବଂ ଆହୁରି ଅନେକ ଜିନିଷ ଜବତ କରାଯାଇଛି । ଏହି ଘଟଣାରେ ଟାସ୍କ ଫୋର୍ସ ଟିମ୍ ଜଣେ ଶିକାରୀକୁ ଗିରଫ୍ କରିଛି । ଗିରଫ ଯୁବକ ଜଣକ କଣ୍ଟାମାଳ ଥାନା ଘୁଚିଙ୍ଗି ଗାଁର ଲକ୍ଷେଶ୍ୱର ରଣାଙ୍କ ପୁଅ ହର ରଣା ବୋଲି ଏସ୍ଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଆଇପିସି ଧାରା ୩୭୯, ୪୧୧, ୧୨୦(ଖ) ଏବଂ ଆର/ ଡବ୍ଲୁ୍ୟ ୨୫ ଆର୍ମସ ଆକ୍ଟ ଓ ବନ୍ୟ ଜନ୍ତୁ ସୁରକ୍ଷା ଧାରା ୧୯୭୨ ର ଆର/ଡବ୍ଲୁ୍ୟ ୫୧ ଅନୁଯାୟୀ ଏକ ଏସ୍ଟିଏଫ୍ ମାମଲା ନଂ ୨୫/୨୧ ରୁଜୁ କରି ଅଭିଯୁକ୍ତକୁ ଗିରଫ କରାଯାଇଛି । ଏହି ଘଟଣାକୁ ନେଇ ବୌଦ୍ଧ ଡିଏଫ୍ଓ ଯଶୋବନ୍ତ ସେଠୀ ଓ ମନମୁଣ୍ଡା ରେଞ୍ଜ ଅଧିକାରୀଙ୍କୁ ପଚାରିବାରୁ ସେମାନଙ୍କ ପାଖରେ କିଛି ସୂଚନା ନଥିବା କହିଥିଲେ ।
ପ୍ରକାଶ ଥାଉକି ଏସ୍ଟିଏଫ୍ ବିଶେଷ କରି ବନ୍ୟଜନ୍ତୁ ସୁରକ୍ଷା ଉପରେ ଗୁରୁତ୍ୱ ରଖି ସେ ସମ୍ପର୍କିତ ଅପରାଧିକ ଧରପଗଡ଼ କରି ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ୧୫ ବାଘ ଛାଲ, ୯ ହାତୀ ଦାନ୍ତ, ୨ ହରିଣ ଛାଲ, ୩ ଜୀବନ୍ତ ବଜ୍ର କାପ୍ତା, ୧୦ କେଜି ବଜ୍ର କାପ୍ତା ଜବତ କରିବା ସହ ୨୮ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons