ବାଘ ବୁଲୁଥିବା ଗୁଜବକୁ ବନ ବିଭାଗର ଖଣ୍ଡନ

Get real time updates directly on you device, subscribe now.

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ବାଘ ବୁଲୁଥିବା ଅଭିଯୋଗ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ବନବିଭାଗ । ବୁଲୁଥିବା ଜନ୍ତୁଟି ବାଘ ନୁହେଁ ବରଂ ହେଟା ବୋଲି ସ୍ପଷ୍ଟ କରିଛି ବନବିଭାଗ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଦେଓଗାଁ ରେଞ୍ଜରେ ବାଘ ବୁଲୁଥିବା ନେଇ ଗୁଜବ ହୋଇଥିଲା ।
ଖବର ଅନୁଯାୟୀ, ଆନନ୍ଦପୁର ଉପଖଣ୍ଡ ଦେଓଗାଁ ରେଞ୍ଜ ଅନ୍ତର୍ଗତ ରେକୁଟିଆ ଗାଁ ନିକଟରେ ଜଣେ ବ୍ୟକ୍ତି ବାଘ ଦେଖିଥିବା ଦାବି କରିଥିଲା । ସେ ରାସ୍ତାରେ ବାଇକ ଯୋଗେ ଆସୁଥିବା ସମୟରେ ବାଘ ସହିତ ମୁହାଁମୁହିଁ ହୋଇଥିଲା , ଯାହାପରେ ସେଠାରୁ ସେ ଭୟଭୀତ ହୋଇ ଆସିଯାଇଥିଲା । ସ୍ଥାନୀୟଲୋକ ଏହି ଖବର ଶୁଣିବା ପରେ ପୁରା ଅଞ୍ଚଳର ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା । ଖାସ୍‌ କରି ସୋସିଆଲ୍‌ ମିଡିଆରେ ବାଘର ଫଟୋ ଭାଇରାଲ ହୋଇଥିଲା । ଘଟଣାସମ୍ପର୍କରେ ଖବର ପାଇ ବନବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା ।
ବାଘକୁ ଦେଖିଥିବା ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ଉକ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ ବନବିଭାଗର ଏକ ଟିମ୍ । ଘଟଣାସ୍ଥଳର ପରିଦର୍ଶନ ପରେ ଦେଖାଯାଇଥିବା ଜନ୍ତୁଟି ବାଘ ନୁହେଁ ବରଂ ହେଟା ବୋଲି ବନବିଭାଗ ସ୍ପଷ୍ଟ କରିଥିଲା । ଜନ୍ତୁ ଟିର ପାଦ ଚିହ୍ନରୁ ତାହା ହେଟା ବାଘ ଓ ସୋସିଆଲ ମିଡିଆରେ ବୁଲୁଥିବା ବାଘର ଫୋଟୋ ଇଣ୍ଟରନେଟରୁ ଡାଉନଲୋଡ଼ ହୋଇଥିବା ଦେଓଗାଁ ରେଞ୍ଜ ଅଫିସର କହିଛନ୍ତି । ଏଥି ସହ ବାଘ ଗୁଜବକୁ ନେଇ ଭୟଭୀତ ନହେବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ବନବିଭାଗ ଅନୁରୋଧ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons