
ବାଙ୍ଗିରିପାଷି,(ବି.ବି.ନୁ୍ୟଜ): ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପାଷି ତହସିଲଦାର ଅଭିମନୁ୍ୟ ପଣ୍ଡାଙ୍କୁ ଗିରଫ କରିଛି ଭିଜିଲାନ୍ସ ବାଲେଶ୍ୱର ଡିଭିଜନ୍ । ତାଙ୍କ ଗାଡିରୁ ୨ଲକ୍ଷ ୫୬ହଜାର ନଗଦ ଟଙ୍କା ଜବତ କରାଯାଇଛି । ଉକ୍ତ ଟଙ୍କାର କେଉଁଠୁ ଆଣିଲେ ? କାହା ଟଙ୍କା ? କେଉଁଠି ନେଉ ଥିଲେ ? ସେ ବିଷୟରେ କିଛି ସନ୍ତୋଷଜନକ ହିସାବ ଦେଇ ପାରିନଥିଲେ ଶ୍ରୀ ପଣ୍ଡା ।
ଭିଜିଲାନ୍ସ କାର୍ଯ୍ୟାଳୟରୁ ମଳିଥିବା ସୂଚନା ମୁତାବକ, ଶୁକ୍ରବାର ଅପରାହ୍ଣରେ ତହସିଲଦାର ଶ୍ରୀ ପଣ୍ଡା ଅଫିସରୁ ତାଙ୍କ ବୋଲେରୋ ଗାଡିରେ ବାଲେଶ୍ୱର ସ୍ଥିତ ମଲ୍ଲିକାସପୁର ଘରକୁ ଫେରୁଥିଲେ । ଅପରାହ୍ଣ ୫ଟା ବେଳେ ବାଲେଶ୍ୱର ସଦର ଥାନା ନହରପାଟଣା (୧୮ନଂ ଜାତୀୟ ରାଜପଥ)ରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟାକାଇ ଗାଡି ଯାଞ୍ଚ କରିଥିଲେ । ତାଙ୍କ ବ୍ୟାଗ୍ରୁ ୨ ଲକ୍ଷ ୫୬ ହଜାର ଟଙ୍କା ବହାରିଥିଲା । ଏହାପରେ ତାଙ୍କୁ ଭିଜିଲାନ୍ସ ଅଫିସକୁ ନେଇ ତାଙ୍କୁ ଜେରା କରାଯାଇଥିଲା । ଉକ୍ତ ଟଙ୍କା ବିଷୟରେ ତାଙ୍କୁ ପଚରା ଯାଇଥିଲା । ହେଲେ ସେ କିଛି ଦେଇ ପାରିନଥିଲେ । ସେପଟେ ତାଙ୍କ ଠାରୁ କିଛି ଉତ୍ତର ନ ମିଳିବାରୁ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଓ ଅଫିସ୍ରେ ଚଢ଼ଉ କରିଥିଲେ । ଏହି ସମୟରେ ବହୁ କାଗଜ ପତ୍ର ଜବତ କରିଛନ୍ତି । ଆସନ୍ତା କାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।


Comments are closed, but trackbacks and pingbacks are open.