ଭୁବନେଶ୍ୱର,(ବିବି.ବ୍ୟୁରୋ): ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଛେଳିଗଛ ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ବିଧାନସଭା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଶ୍ରୀ ପାତ୍ର କ୍ଷତିପୂରଣ ପ୍ରଦାନ, ପୁନର୍ବାସ ଓ ଥଇଥାନ ଏବଂ ପ୍ରକଳ୍ପର ଶୀଘ୍ର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ଲୋକମାନଙ୍କ ସୁବିଧା ପାଇଁ ପୁନର୍ବାସ ସ୍ଥାନରେ ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳଯୋଗାଣ, ରାସ୍ତାଘାଟ ପରି ଭିତ୍ତିଭୂମିର ବିକାଶ ସହ କ୍ଷତିଗ୍ରସ୍ତ ପରିବାରମାନଙ୍କ ନାମରୋ ଘରଡିହ ପଟ୍ଟା ପ୍ରଦାନ ଓ ଜମି ହସ୍ତାନ୍ତରଣ କରିବାକୁ ସମ୍ପୃକ୍ତ ତହସିଲଦାରଙ୍କୁ ବାଚସ୍ପତି ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ । ଆରପିଡିଏସି ବୈଠକ ଶୀଘ୍ର ଆହୂତ କରିବା ପାଇଁ ମଧ୍ୟ ଶ୍ରୀ ପାତ୍ର କହିଥିଲେ । ଏହି ବୈଠକରେ ପ୍ରକଳ୍ପ ନିମେନ୍ତ ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ, ପାରିପାଶ୍ୱର୍ି ଉନ୍ନତିକରଣ , ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ, ପ୍ରକଳ୍ପ ଅଞ୍ଚଳରୋ ଜମି ଲିଜ୍/ ହସ୍ତାନ୍ତରଣ ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା ହୋଇଯାଇଛି । ଏହି ପ୍ରକଳପ ଯୋଗୁଁ ୫ଟି ଗ୍ରାମ ସମ୍ପୂର୍ଣ୍ଣ ଜଳମଗ୍ନ ହେଉଥିବା ବେଳେ ୧୦ଟି ଗ୍ରାମ ଆଂଶିକଭାବେ ଜଳମଗ୍ନ ହେବ । ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହେଉଥିବା ୫ଟି ଗ୍ରାମର ଲୋକଙ୍କୁ ଖାଲି କରିବା ପାଇଁ ଏକ କାର୍ଯ୍ୟ ଯୋଜନାର ଆବଶ୍ୟକତା ରହିଛି । ଯଦ୍ୱାରା ପ୍ରକଳ୍ପ ନିର୍ମାଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇପାରିବ । ଚଢ଼ିଆପଡ଼ା ଗ୍ରାମର ପ୍ରଭାବିତ ବ୍ୟକ୍ତିମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ପ୍ରକ୍ରିୟା ଜାରି ରହିଛି ଓ ସେମାନେ ଗଜପତି ଜିଲ୍ଲା ଭିତୋର ଜମି ଆଧାରିତ ପୁନର୍ବାସ ନିମନ୍ତେ ଆଗ୍ରହୀ ବୋଲି ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଥିଲେ । ଏହି ଗ୍ରାମର ବିସ୍ଥାପିତମାନ୍ଙ୍କ ପୁନର୍ବାସ ଓ ଥଇଥାନ ସମସ୍ୟାକୁ ଯଥାଶୀଘ୍ର ସମାଧାନ କରାଗଲେ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ମତପ୍ରକାଶ ପାଇଥିଲା । ସେହିଭଳି ସୁଗୁବା ଗ୍ରାମର ଲୋକମାନେ ମଧ୍ୟ ଗଜପତି ଜିଲ୍ଲାରୋ ପୁନର୍ବାସ ନିମନ୍ତେ ଆଗ୍ରହୀ ବୋଲି ଜଣାଯାଇଛି । ପ୍ରକଳ୍ପ ପାଇଁ ଆବଶ୍ୟକ ଥିବା ଜଙ୍ଗଲ ଜମି ଅଧିଗ୍ରହ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ୧୩ଟଇ ଗ୍ରାମରୋ ଗ୍ରାମ ସଭାର ସୁପାରିଶ ହାସଲ କରିବା ସହିତ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ମଞ୍ଜୁର ପ୍ରମାଣପତ୍ର ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ଅନୁମୋଦନ ନିମନ୍ତେ ପ୍ରେରଣ କରିବେ । ପ୍ରକଳ୍ପ ଅଞ୍ଚଳରେ ପାରିପାଶ୍ୱର୍ିକ ଉନ୍ନତି ପାଇଁ ଗଜପତି ଜିଲ୍ଲାପାଳ ୨.୧୪୭ କୋଟି ଟଙ୍କାର ଏକ ସଂଶୋଧିତ ଯୋଜନାକୁ ଅନୁମୋଦନ ନିମନ୍ତେ ଜଳସମ୍ପଦ ବିଭାଗକୁ ପ୍ରେରଣ କରିଛନ୍ତି । ଏହାଦ୍ୱାରା ବିସ୍ଥାପିତ ପରିବାରମାନେ ପ୍ରକଳ୍ପ ପ୍ରତି ଆଗ୍ରହ ପ୍ରକାଶ କରିବେ ଏବଂ ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ ପ୍ରକ୍ରିୟା ତ୍ୱର।।ନ୍ୱିତ ହୋଇପାରିବ ।
Comments are closed, but trackbacks and pingbacks are open.