ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଷ୍ଟ୍ରବାଦୀ, ଦୂରଦୃଷ୍ଟି ସମ୍ପନ୍ନ ତଥା ଭାରତର ଜଣେ ସବୁଠାରୁ ଲୋକପ୍ରିୟ ରାଜନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶ ପ୍ରତି ଥିବା ତାଙ୍କର ଅବଦାନ ଯୋଗୁଁ ଚିରସ୍ମରଣୀୟ ହୋଇରହିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଓଡ଼ିଶା ପାଇଁ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ତନ୍ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ । ସ୍ୱାଧୀନତା ପରେ ରାଜ୍ୟରେ ମାତ୍ର ୧୬୦୦ କିଲୋମିଟର ଜାତୀୟ ରାଜପଥ ହୋଇଥିବାବେଳେ ତାଙ୍କ ସମୟରେ ଆଉ ୧୬୦୦ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ଓଡ଼ିଶାରେ ହୋଇଥିଲା । ସେହିପରି ୧୯୯୯ ମହାବାତ୍ୟା ପରେ ଓଡ଼ିଶାର ପୁନଃନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ବାଜପେୟୀ ଘୋଷଣା କରିଥିଲେ । ଆଦର୍ଶ, ନୀତି ଏବଂ ବ୍ୟବହାରର ଶିଖରରେ ରହିଥିବା ସ୍ୱର୍ଗତ ବାଜପେୟୀଙ୍କ ସାରା ଜୀବନ ରାଷ୍ଟ୍ରର ମଙ୍ଗଳ ପାଇଁ ସମର୍ପିତ ଥିଲା । ତାଙ୍କର ଅଟଳ ବ୍ୟକ୍ତିତ୍ୱ ଏବଂ ବିଚାର ସର୍ବଦା ସମସ୍ତଙ୍କ ପାଇଁ ପ୍ରେରଣା ହୋଇରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
Comments are closed, but trackbacks and pingbacks are open.