ବାଣଫୁଟି ଜଳିଗଲା ଘର, ଆଖି ବୁଜିଲେ ୨ ଶିଶୁ

Get real time updates directly on you device, subscribe now.

କାମାକ୍ଷାନଗର: ବାଣ ବିସ୍ଫୋରଣରୁ ଅଗ୍ନିକାଣ୍ଡ ହୋଇ ୨ ନାବାଳକଙ୍କ ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗର ନୂଆସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ।
ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗର ନୂଆସାହିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଫଳରେ ଦୁଇ ବଖରା କୋଠାଘର ଭୁଷୁଡି ଯାଇଥିବା ସୂଚନା ମିଳିଛି । କୋଠା ଭୁଷୁଡି ପଡିବା ଯୋଗୁଁ ଘର ଭିତରେ ଥିବା ୩ ଶିଶୁ ଗୁରୁତର ହୋଇଥିଲେ । ଗୁରୁତର ଶିଶୁଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ତେବେ ଘରେ ରଖାଯାଇଥିବା ବାଣରୁ ଏଭଳି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଲରେ ପହଞ୍ଚି ନିଆଁକୁ ଆୟତ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons