ବାଣ ବିସ୍ଫୋରଣରେ ଜଣେ ମୃତ, ୨ ଆହତ

Get real time updates directly on you device, subscribe now.

ଝାରପୋଖରିଆ,(ବି.ବି.ନୁ୍ୟଜ୍): ମୟୂରଭଂଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଜଟିଆଶୋଳ ଗ୍ରାମରେ ବାଣ ବିସ୍ଫୋରଣରେ ଜଣଙ୍କର ମୃତୁ୍ୟ ଘଟିଛି । ଏହି ଦୁର୍ଘଟଣାରେ ଦୁଇଜଣ ଆହତ ହୋଇଛନ୍ତି । ବାର୍ହା ଶିକାର ଉଦେ୍ଧଶ୍ୟରେ ଶୁକ୍ରବାର ଅପରାହ୍ନରେ ବାଣ ଭିଡ଼ାଯାଉଥିଲାବେଳେ ଏହି ଅଘଟଣ ଘଟିଛି । ମୃତକ ଜଣକ ହେଲେ ଗ୍ରମାର ରପୋ ଟୁଡୁଙ୍କ ପୁଅ ଦାସ ଟୁଡୁ ।
ଘଟଣା ମୂତାବକ ଧାନ ଖାଇବା ନିମନ୍ତେ ବିଦୁଭଣ୍ଡାର ଅଭୟାରଣ୍ୟରୁ ବହୁସଂଖ୍ୟାରେ ବାର୍ହା ନିକଟସ୍ଥ ବିଲକୁ ଚାଲି ଆସୁଛନ୍ତି । କିଛିଦିନ ତଳେ ସୂବର୍ଣ୍ଣରେଖା କେନାଲରେ ପାଣିପୋଷି ଗ୍ରାମ ନିକଟରେ ଦୁଇଟି ବାର୍ହା ପଡିଯାଇଥିବା ଦେଖିବାକୁ ମିଳିଥିଲା ଓ ପରେ ସେମାନଙ୍କୁ ବାଙ୍ଗିରିପୋଷି ଓ ଦେଉଳି ବନାଞ୍ଝଳ କର୍ମଚାରୀ ଉଦ୍ଧାର କରି ବିଦୁଭଣ୍ଡାର ଅଭୟରଣ୍ୟରେ ଛାଡିଥିଲେ । ବାର୍ହା ଶିକାର କରି ଧାନ ବିଲ ସୁରକ୍ଷିତ ରଖିବା ଲାଗି ଜଟିଆଶୋଳ ଗ୍ରାମର ଦାସ ଟୁଡୁ (୩୪) ,ହଲେ ଉକା ସୋରେନ(୩୦) ଓ ଯଦୁ ମୁର୍ମୁ(୨୬) ଶୁକ୍ରବାର ଅପରାହ୍ନରେ ବାଣ ଭିଡ଼ୁଥିଲେ । ତେବେ ଦୁର୍ଭାଗ୍ୟକୁ ବାଣରେ ହଠାତ ନିଆଁ ଧରି ଫୁଟିଯାଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲାଯେ ମୃତକ ଦାସ ଟୁଡୁଙ୍କ ଦେହର ନବେ ଭାଗ ଅଂଶ ନଷ୍ଟ ହୋଇଯାଇଥିଲା ଓ ଘଟଣାସ୍ଥଳରେ ରକ୍ତ ଛିଟିକା ମାରିଥିବା ଦେଖିବାକୁ ମିଳିଥିଲା । ନିକଟରେ ଥିବା ଏକ ନିମ୍ବ ଗଛର ମାଟିରୁ କେଡ଼ିଏ ଫୁଟ ଉପରେ ଥିବା ଏକ ଡାଳ ବିସ୍ଫୋରଣ ପ୍ରଭାବରେ ଉଡ଼ି ପଡ଼ିଥିଲା ।
ଗୁରୁତର ୩ଜଣଙ୍କୁ ଗ୍ରାମବାସୀ ପାଖ ଡାକ୍ତରଖାନାକୁ ନେବା ବାଟରେ ଦାସ ଟୁଡୁଙ୍କର ମୃତୁ୍ୟ ଘଟିଥିଲା । ଗୁରୁତର ଆହତ ଯଦୁ ମୁର୍ମୁଙ୍କୁ ବାରିପଦା ପି ଆରଏମ ହସପିଟାଲରେ ଭର୍ତ୍ତି କରାଯାଇଛି । ଅପେକ୍ଷାକୃତ କମ୍ ଆହତ ଉକା ସୋରେନଙ୍କ ପ୍ରାଥମିକ ଚିକିତ୍ସା ପରେ ଫେରିଥିବା ଜଣାପଡିଛି ।
ସ୍ଥାନୀୟ ଗୃହରକ୍ଷୀଙ୍କ ଏତଲା କ୍ରମେ ଝାରପୋଖରିଆ ଥାନାରେ କେସ୍ ନମ୍ବର ୧୧୪ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଚ୍ୟବଚ୍ଛେଦ ପରେ ଦାସ ଟୁଡୁଙ୍କ ମୃତଶରୀରକୁ ପୁଲିସ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons