ବାପାକୁ ପିଟି ପିଟି ମାରିଦେଲେ ମା’, ଝିଅ

Get real time updates directly on you device, subscribe now.

ଅନୁଗୋଳ: ଅନୁଗୋଳ ଜିଲ୍ଲା ସମଲ ଥାନା ସିଲିଂ ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଛି। ମା’, ୨ ଝିଅ ମିଶି କାଠ ଫାଳିଆରେ ପିଟି ପିଟି ବାପାକୁ ହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ୍‌ ଅଭିଯୁକ୍ତ ମା’ ଝିଅଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁସାରେ ସିଲିଂ ଗାଁର ସୁନନ୍ଦ ପ୍ରଧାନଙ୍କର ଆଜି ଭୋରରୁ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ପାରିବାରିକ ସମସ୍ୟାକୁ ନେଇ ଝଗଡା ହୋଇଥିଲା । ଏହି ଝଗଡା ବେଳେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ମା’ ଝିଅ ମିଳିତ ଭାବେ ସୁନନ୍ଦଙ୍କୁ ଆକ୍ରମଣ କରିଥିଲେ । କାଠ ଫାଳିଆରେ ଆକ୍ରମଣ କରିବା ଫଳରେ ଘର ଭିତରେ ହିଁ ସୁନନ୍ଦଙ୍କ ମୃତ୍ୟୁ ହୋଇଥିଲା ।ଖବର ପାଇ ସମଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଘରର ବିଭିନ୍ନ ସ୍ଥାନରେ ରକ୍ତ ଛିଟା ଲାଗିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆକୁ ଜବତ କରିଛି ପୁଲିସ୍‌। ମା ଓ ଦୁଇ ଝିଅଙ୍କୁ ପୁଲିସ୍‌ ଥାନାରେ ଅଟକ ରଖି ଘଟଣା ସମ୍ପର୍କରେ ଅଧିକ ଖୋଳତାଡ଼ କରୁଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons