ବାପାକୁ ହତ୍ୟା ପରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): ମୋ ଝିଅ ସହ କାହିଁକି କଥା ହେଉଛୁ? ସମ୍ପର୍କରେ ମାମୁଁ ହୋଇ ମଧ୍ୟ ଖରାପ ଦୃଷ୍ଟିରେ ଦେଖୁଛୁ ବୋଲି ଖୁଣ୍ଟାପଡା ମାଟିଆଳ ସାହିର ଶୁକଲାଲ ମୁଣ୍ଡା(୫୦), ଦୁର୍ଗାପୁର ମୁଣ୍ଡା ସାହିର ବିରଞ୍ଚି ମୁଣ୍ଡା(୨୩)ଙ୍କୁ କହିଥିଲେ । ଏତିକିରେ ବିରଞ୍ଚି ମୁଣ୍ଡା ଉତ୍ତେଜିତ ହୋଇ ଶୁକଲାଲଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିଲା । ଶୁକଲାଲ ତଳେ ପଡିବାରୁ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସେତିକିରେ ବିରଞ୍ଚôର ରାଗ ଶାନ୍ତ ହେଲାନି । ପୁଣି ଛାତିକୁ ଗୋଇଠା ପକାଇଥିଲା । ମୁହଁରୁ ରକ୍ତସ୍ରାବ ହେବାରୁ ଶୁକଲାଲର ମୃତୁ୍ୟ ଘଟିଛି । ତେବେ ଶୁକଲାଲର ମୃତୁ୍ୟ ଘଟିଥିବା ଜାଣିବା ପରେ ଝୁମ୍ପୁରା ଥାନରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ବିରଞ୍ଚି । ଏ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
କେନ୍ଦୁଝର, ଝୁମ୍ପୁରା ଥାନା ଅର୍ଶଳା ପଞ୍ଚାୟତର ଦୁର୍ଗାପୁର ମୁଣ୍ଡା ସାହିରେ ବିରଞ୍ଚôର ଘର । ଏବଂ ଖୁଣ୍ଟାପଡା ମାଟିଆଳ ସାହିରେ ରହୁଥିଲେ ଶୁକଲାଲ ମୁଣ୍ଡା । ବିରଞ୍ଚି ମୁଣ୍ଡା ଜଣେ ରଡ୍ ବାଇଡିଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବାବେଳେ ଶୁକଲାଲ ମୁଣ୍ଡାଙ୍କ ଝିଅ ରେଜା କାମ କରନ୍ତି । ଉଭୟ ବିଭିନ୍ନ ସ୍ଥାନରେ ଏକତ୍ର କାମ କରୁଥିବାବେଳେ ଉଭୟଙ୍କ ସମ୍ପର୍କକୁ ଶୁକଲାଲ ସନେ୍ଦହ ଦୃଷ୍ଟିରେ ଦେଖୁଥିଲେ । ଏକଥାକୁ ନେଇ ଶୁକଲାଲଙ୍କ ମନରେ ରାଗ ଥିଲା । ଶନିବାର ସନ୍ଧ୍ୟାରେ ଶୁକଲାଲ ସାଇକେଲ ଗଡାଇ ଗଡାଇ ଦୁର୍ଗାପୁର ରାସ୍ତାରେ ଯାଉଥିଲେ । ଦୁର୍ଗାପୁର ମୁଣ୍ଡା ସାହିରେ ଥିବା ବିରଞ୍ଚି ମୁଣ୍ଡାଙ୍କ ଘର ପାଖରେ ପହଞ୍ଚି ତୁ କାହିଁକି ମୋ ଝିଅ ସହ ସମ୍ପର୍କ ରଖି କଥା ହେଉଛୁ, ତୁ ହିସାବରେ ମାମୁଁ ହୋଇ ମଧ୍ୟ ତାକୁ ଖରାପ ଦୃଷ୍ଟିରେ ଦେଖୁଛୁ ବୋଲି ବିରଞ୍ଚିକୁ ଅଶ୍ଳୀଳ ଭାଷରେ ଗାଳି ଗୁଲଜ କରିଥିଲେ ଶୁକଲାଲ । ଏହା ଶୁଣି ବିରଞ୍ଚି ଉତ୍ତେଜିତ ହୋଇ ଯାଇଥିଲା । ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଝଗଡା ବଢିବାରୁ ବିରଞ୍ଚି ରାଗି ଯାଇ ଶୁକଲାଲଙ୍କୁ ସାଇକେଲ ସହ ଠେଲି ଦେଇଥିଲା । ଶୁକଲାଲ ତଳେ ପଡିଯାଇଥିଲେ ଏବଂ ତାଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା । ଏହାପରେ ବିରଞ୍ଚି ଶୁକଲାଲଙ୍କ ଛାତିକୁ ଗୋଇଠା ମାରିଥିଲା । ତାଙ୍କର ମୁହଁରୁ ରକ୍ତସ୍ରାବ ହୋଇଥିଲା ଏବଂ ଘଟଣାସ୍ଥଳରେ ଶୁକଲାଲଙ୍କ ମୃତୁ୍ୟ ଘଟିଥିଲା । କିଛି ସମୟ ପରେ ବିରଞ୍ଚିଙ୍କ ଘର ପାଖରେ ରହୁଥିବା ଶ୍ୟାମ ମୁଣ୍ଡା ଏବଂ ଭାଗବତ ନାଏକ ଶୁକଲାଲ ତଳେ ପଡିଥିବା ଦେଖିଥିଲେ । ସେମାନେ ଶୁକଲାଲକୁ ପାଣି ପିଇବାକୁ ଦେବା ପାଇଁ ଯାଉଥିବାବେଳେ ଶୁକଲାଲଙ୍କ ମୃତୁ୍ୟ ହୋଇଥିବା ଜାଣିିବାକୁ ପାଇଥିଲେ ଏବଂ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।
ଶୁକଲାଲଙ୍କ ଭଣଜା ଗୋବିନ୍ଦ ସିରିକା ଘଟଣାସ୍ଥଳରେ ପହଞ୍ଚି ଝୁମ୍ପୁରା ଥାନାରେ ଏ ସମ୍ବନ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟ ପଟେ ଶୁକଲାଲ ମରିଯାଇଥିବା ଜାଣିପାରି ବିରଞ୍ଚି ମୁଣ୍ଡା ରାତିରେ ଯାଇ ଝୁମ୍ପୁରା ଥାନାରେ ଆତ୍ମସମର୍ପଣ କରିଛି । ପୁଲିସ ହତ୍ୟା ମାମଲା ୧୧୯/୨୦୧୯ ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚିବା ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ବିରଞ୍ଚି ମୁଣ୍ଡାକୁ କୋର୍ଟ ଚାଲାଣ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons