ରାଇରଙ୍ଗପୁର,(ବି.ବି.ନୁ୍ୟଜ୍): ୧୩ ବର୍ଷର ନାବାଳିକା ସାଲଗେ ସୋରେନ । ୭ ମ ଶ୍ରେଣୀର ଛାତ୍ରୀ । ଅର୍ଥାଭାବ କୋମଳମତି ହାତରେ ଧରାଇଲା ହାଣ୍ଡିଆ । ହାଣ୍ଡିଆ ବିକ୍ରି କରି ସେଥିରେ ରୋଗାକ୍ରାନ୍ତ ବାପାଙ୍କୁ ଭଲ କରିଦେବ ବୋଲି ଭାବିଥିଲା । ହେଲେ ଦଇବ ସାଜିଲା ଦାଉ । ବାପା ତା’ର ସୁସ୍ଥ ହେଲେ ନାହିଁ ବରଂ ରବିବାର ଦିନ ସବୁଦିନ ପାଇଁ ଆଖିବୁଝିଦେଲେ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ବିଶାଇ ବ୍ଲକ ଲୁହାକାନି ଗ୍ରାମପଞ୍ଚାୟତ କୁଣ୍ଡୁରାରେ ।
ଖବର ଅନୁଯାୟୀ, ୫ମାସ ହେଲା ସାଲେଗଙ୍କ ବାପା ଚନ୍ଦ୍ର ସୋରେନ ଯକ୍ଷ୍ମାରେ ପିଡ଼ୀତ ହୋଇ ଶର୍ଯ୍ୟାଶାୟୀ ଥିଲେ । ଚନ୍ଦ୍ର ଶର୍ଯ୍ୟାଶାୟୀ ପରେ ଘରେ ଏକମାତ୍ର ରୋଜଗାରିଆ ହେଉଛନ୍ତି ମା’ । ପର ଘରେ ପାଇଟି କରି ଘର ପୋଷନ୍ତି । ହେଲେ ଲକ୍ଡାଉନ୍ ଯୋଗୁ କାମଧନ୍ଦା ସବୁ ଚାଲିଗଲା । ଘରର ସମ୍ପୂର୍ଣ୍ଣ ରୋଜଗାର ବନ୍ଦ ହୋଇଗଲା । ଏପଟେ ଚନ୍ଦ୍ରଙ୍କର ଚିକିତ୍ସା କରାଇ ପାଖରେ ଥିବା ସମସ୍ତ ସମ୍ବଳ ସରିଗଲା । ଭୋକ ଉପାସରେ ପରିବାର ଲୋକଙ୍କୁ ଦିନ କାଟିବାକୁ ପଡ଼ିଲା । ଏଥିରୁ ବଞ୍ଚôବା ପାଇଁ ଚାଉଳ ତିଆରି ହାଣ୍ଡିଆ ବ୍ୟବସାୟ ଆରମ୍ଭ କରିବାକୁ ମନ ବଳାଇଲେ ମା’ ସାଲମା ସାରୋନ । ଶେଷରେ ନାବାଳିକା ଛାତ୍ରୀ ସାଲଗେ ରାଜଗାର କରିବାକୁ ମନସ୍ଥ କରି ଜଙ୍ଗଲରୁ କାଠ ଆଣି ହାଣ୍ଡିଆ ତିଆରି କରିବାକୁ ଆରମ୍ଭ କଲେ । ଏପଟେ ମା’ ସାଲମା ସ୍ୱାମୀ ଓ ସାନପୁଅର ଦେଖାଶୁଣା ପାଇଁ ଘରେ ରହିଲେ । ରାଇରଙ୍ଗପୁର ବାରିପଦା ରାସ୍ତା ଗାଁ ଛକଠାରେ ରାସ୍ତା କଡ଼ରେ ହାଣ୍ଡିଆ ବିକିବା ଆରମ୍ଭ କଲେ ସାଲେଗ । ହାଣ୍ଡିଆ ବିକ୍ରିରେ ଯେଉଁ ଅର୍ଥ ମିଳିଲା ସେଥିରେ ସେ ନିଜେ ଓ ସାନ ଭାଇଙ୍କ ପାଠପଢା ଏବଂ ପରିବାର ପ୍ରତିପାଷଣ କଲେ । ବାପାଙ୍କ ଚିକିତ୍ସା ଖର୍ଚ୍ଚର ବୋଝ ମଧ୍ୟ ତାଙ୍କ ମୁଣ୍ଡରେ ଲାଗିଲା । ଖେଳକୁଦ ବୟସରେ ମୁଣ୍ଡ ଉପରେ ପରିବାରର ବୋଝ । ସମୟର କାଳଚକ୍ର ତାଙ୍କୁ ହାଣ୍ଡିଆ ବିକିବା ପାଇଁ ବାଧ୍ୟ କଲା । କିନ୍ତୁ ଦୁଃଖ ଓ ପରିତାପର ବିଷୟ ରବିବାର ତାଙ୍କ ବାପା ଚନ୍ଦ୍ର ସାରେନଙ୍କ ଅକାଳ ମୃତୁ୍ୟ ଘଟିଲା । ସାଲଗେଙ୍କ ହାଣ୍ଡିଆ ବିକା ପଇସା ବାପାଙ୍କୁ ବଞ୍ଚାଇ ପାରିଲା ନାହିଁ । ଚିକିତ୍ସା ଖର୍ଚ୍ଚ ଓ ଘରର ପ୍ରତିପାଷଣ ସେହି ହାଣ୍ଡିଆ ବିକା ପଇସାରେ ବା କେମିତି ସମ୍ଭବ ।
ହେଲେ ଏବେ ପ୍ରଶ୍ନ ଉଠୁଛି ରାସ୍ତା କଡ଼ରେ ନାବାଳିକା ସାଲଗେଙ୍କୁ ହାଣ୍ଡିଆ ବିକିବା ଦେଖି କାହାରି ମନରେ ଦୟା ଆସିଲା ନାହିଁ, କଣ ପ୍ରଶାସନ ଓ ନେତାମାନେ ମଧ୍ୟ ରାସ୍ତାରେ ପାରେଇବା ବେଳେ ଆଖି ବୁଝି ଦେଉଥିଲେ । କୋମଳମତି ସାଲଗେ ହାଣ୍ଡିଆ ବିକ୍ରି କରିବାର କେହି ଦେଖିପାରିଲେ ନାହିଁ । ଗରିବଙ୍କ ପାଇଁ ବାଧେ ସରକାର ନାହିଁ । ଗରିବ ଆଦିବାସୀଙ୍କ ଦୁଃଖ ବୋଧେ ବିଧାୟକ, ନେତା ଓ ମନ୍ତ୍ରୀଙ୍କୁ ମଧ୍ୟ ହୃଦୟଙ୍ଗମ ହୁଏ ନାହିଁ । ସମାଜସେବୀ,ସମ୍ପର୍କୀୟ ଓ ସାହି ପଡିଶା କେହି ସହାୟତା କଲେ ନାହିଁ । ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ସାଲଗେଙ୍କ ବାପା ଚନ୍ଦ୍ର ସୋରେନ ।
Comments are closed, but trackbacks and pingbacks are open.