
ପାଣିକୋଇଲି,(ବି.ବି.ନୁ୍ୟଜ): ଆଜିକୁ ୧୨ ଦିନ ତଳେ ବାପାଙ୍କର ମୃତୁ୍ୟ ହୋଇଥିଲା । ଘର କାନ୍ଦବୋବାଳିରେ ଫାଟି ପଡ଼ିଲା । ବାପାଙ୍କ କ୍ରିୟାକର୍ମ ଶେଷ ହୋଇନାହିଁ । ଆଜି ବଡ଼ପୁଅର କୋକେଇ ଉଠିଛି । ଖାଲି ଏତିକିରେ ଅଟକି ଯାଇନି ଏହି ପରିବାରର ଦୁଃଖ । ସାନ ପୁଅ ଏବେ ମେଡିକାଲ ବେଡ୍ରେ ମୃତୁ୍ୟ ସହ ସଂଗ୍ରାମ କରୁଛି । ଗୋଟିଏ ପରେ ଗୋଟିଏ ଝଡ଼ ଏହି ପରିବାରକୁ ଦୋହଲାଇ ଦେଇଛି ।
ସୂଚନା ମୁତାବକ, ପାଣିକୋଇଲି ଅଞ୍ଚଳର ପ୍ରତିÂିତ ବ୍ୟବସାୟୀ ଚିତ୍ତରଂଜନ ସାହୁ କିଛି ଦିନ ତଳେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ କଟକସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଥିଲା । ଶ୍ରୀ ସାହୁଙ୍କ ମୃତୁ୍ୟରେ ତାଙ୍କ ପରିବାର ମି୍ରୟମାଣ ହୋଇପଡ଼ିଥିଲେ । ତାଙ୍କର କ୍ରିୟାକର୍ମ ଚାଲିଥିବା ବେଳେ ବଡ଼ପୁଅ ସଂଜୟ କୁମାର ସାହୁ(୪୩) କରୋନାରେ ଆକ୍ରାନ୍ତ ହେଲେ । ପୂର୍ବରୁ ସଂଜୟ କିଡ୍ନୀ ରୋଗରେ ଆକ୍ରାନ୍ତ ଥିବାରୁ ଅବସ୍ଥା ଗୁରୁତର ହୋଇପଡ଼ିଲା । ୬ ଦିନ ତଳେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଜି ତାଙ୍କର ପରଲୋକ ହୋଇଯାଇଛି । ସାନପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।


Comments are closed, but trackbacks and pingbacks are open.