ବାପାଙ୍କ ଶବକୁ ବାଇକରେ ବୋହିନେଲେ ପୁଅ

Get real time updates directly on you device, subscribe now.

ନବରଙ୍ଗପୁର: ଦାରିଦ୍ର୍ୟ ପାଇଁ ଶବକୁ ମିଳିଲାନି ସମ୍ମାନ। ବାପାଙ୍କ ମୃତ ଦେହକୁ ବାନ୍ଧି ବାଇକରେ ନେବା ସମୟରେ ଉମରକୋଟ ସହରର କିଛି ଲୋକଙ୍କୁ ଜଣାଇ ଥିଲେ ତାଙ୍କ ଦୁଃଖ ।ଏପରି ଦୃଶ୍ୟଟି ଦେଖିବାକୁ ମିଳିଛି ଉମରକୋଟ ସହର ଗୋପବନ୍ଧୁ ଛକରେ ।
ପ୍ରାୟ ରାତି ଏଗାରଟା ହେବ ଏହି ସମୟରେ ଉମରକୋଟ ରାଜ ରାସ୍ତାରେ ଏକ ବାଇକ ପଛରେ ପଟା ଉପରେ ବନ୍ଧା ହୋଇ ଯାଉଥିଲା ଶବଟିଏ। ଏଭଳି ଅଭାବନୀୟ ଦୃଶ୍ୟ ଦେଖି ଗୋପବନ୍ଧୁ ଛକ ଠାରେ କିଛି ଲୋକ ଶବ ବୋହୁଥିବା ବାଇକକୁ ଅଟକାଇବାରୁ ଜଣାପଡିଥିଲା ଯେ ରାଇଘର ବ୍ଲକ କୁଡୁମଧରା ଗ୍ରାମର ବଳି ଶାନ୍ତା ଝରିଗାଁ ବ୍ଲକ୍ ବଂସିବନ୍ଧା ଗ୍ରାମ କୁ ଯାଇଥିଲେ ଦେଶି ଚିକିତ୍ସା ପାଇଁ । ସେଠାରେ ବଳିଙ୍କ ଶରୀର ଖରାପ ହେବା ଯୋଗୁ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଆସି ନଥିଲା ଇତି ମଧ୍ୟରେ ବଳି ଙ୍କ ମୁତ୍ର୍ୟୁ ହୋଇଯାଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons