ବାପାର ଠେଙ୍ଗାମାଡ଼ରେ ପୁଅ ମୃତ

Get real time updates directly on you device, subscribe now.

ପଡ଼ିଆ,(ବି.ବି.ନ୍ୟୁଜ୍): ଜନ୍ମ କଲା ପୁଅକୁ ସାମାନ୍ୟ କଥାରେ ପିଟି ମାରି ଦେଇଛି ବାପା । କ୍ରୋଦ୍ଧ ନିଆଁରେ ନିଜ ସଂସାରକୁ କ୍ଷଣିକ ଭିତରେ ଛାରଖାର କରିଦେଇଛି । ପଡ଼ିଆ ଥାନା ନିଲିଗୁଡ଼ା ପଞ୍ଚାୟତ ପୁରୁଣା ନିଲିଗୁଡ଼ାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବାପାର ଠେଙ୍ଗା ମାଡରେ ପୁଅର ମୃତ୍ୟୁ ଘଟିଛି । ମୃତକ ହେଲେ ଇର୍ମା ମାଢି(୧୬) । ଅଭିଯୁକ୍ତ ବାପା ମୁକା ମାଢିଙ୍କୁ ପୁଲିସ ଗିରଫ କରିଛି । ଏନେଇ ଥାନାରେ ୪୪/୧୯ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଏଏସ୍ଆଇ ଚନ୍ଦ୍ରକାନ୍ତ ତାଣ୍ଡି କହିଛନ୍ତି ।
ଶନିବାର ସନ୍ଧ୍ୟାରେ ମୁକା ତାଙ୍କ ପୁଅ ଇର୍ମାଙ୍କୁ ଗୋରୁ ବାନ୍ଧିବାକୁ କହିଥିଲେ । ଇର୍ମା କିନ୍ତୁ ବାପାର କଥାକୁ ଖାତିର କରି ନଥିଲେ । ଏହାକୁ ନେଇ ବାପା ଓ ପୁଅ ମଧ୍ୟରେ ବଚସା ହୋଇଥିଲା । ବାପା ରାଗିଯାଇ ପୁଅକୁ ଶକ୍ତ ଚାପୁଡ଼ା ମାରିଥିଲେ । ପୁଅ ମଧ୍ୟ ରାଗିଯାଇ ବାପା ଉପରକୁ ହାତ ଉଠାଇ ମାରିଥିଲେ । ଏଥିରେ ରାଗିଯାଇ ବାପା ଏକ ଠେଙ୍ଗାରେ ଇର୍ମାକୁ ପିଟି ଦେଇଥିଲେ । ଘଟଣା ସ୍ଥଳରେ ଇର୍ମାଙ୍କ ମୃତ୍ୟୁ ହୋଇଥିଲା । ଆଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି । ଅଭିଯୁକ୍ତ ମୁକାଙ୍କୁ ଗିରଫ କରି ଥାନାରେ ପଚରାଉଚରା ଚାଲିଥିବା ତଦନ୍ତକାରୀ ଅଧିକାରୀ ଶ୍ରୀ ତାଣ୍ଡି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons