ବାପା-ମାଙ୍କ ସାଇକେଲରେ ଶବ ବୋହିଲା ପୁଅ

Get real time updates directly on you device, subscribe now.

ବଲାଙ୍ଗୀର: ବଲାଙ୍ଗୀର ଭାଲୁ ଦୁଙ୍ଗୁରି ଗାଁରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଦୃଶ୍ୟ । ସାହି-ପଡ଼ିଶା ବନ୍ଧୁ-ବାନ୍ଧବ ରକ୍ତ ସମ୍ପର୍କ କେହି ନ ବାହାରିବାରୁ ଶବକୁ ସାଇକେଲରେ ନେଇ ଅନ୍ତିମ ସଂସ୍କାର କରିଛନ୍ତି ପୁଅ । ଏଭଳି ଏକ ଘଟଣା କରୋନା କାଳରେ ମଣିଷ ସମାଜକୁ ଆନ୍ଦୋଳିତ କରିଛି । ବଲାଙ୍ଗିର ଖପ୍ରାଖୋଲ ବ୍ଲକ୍ ଭାଲୁଡୁଙ୍ଗୁରି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗାଁର ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ କେହି ବି ଆସିନଥିଲେ । ନିଜ ସଂପର୍କୀୟ ସମସ୍ତେ ଉଚ୍ଚ ଶିକ୍ଷିତ ହୋଇଥିଲେ ବି କରୋନା ଡରରେ ଭୁଲି ଯାଇଥିଲେ ରକ୍ତ ସମ୍ପର୍କ । ସେପଟେ ବୃଦ୍ଧଙ୍କ ମୃତ୍ୟୁ ପରେ ମେଡିକାଲ ତରଫରୁ ଶବକୁ ସତ୍କାର ପାଇଁ ୬ଟି ପିପିଇ କିଟ୍ ମଧ୍ୟ ଦିଆଯାଇଥିଲା ପରିବାରଲୋକଙ୍କୁ । କିନ୍ତୁ କରୋନା ଡର ଭୁଲାଇ ଦେଲା ରକ୍ତ ସମ୍ପର୍କ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons