ତାଳଚେର,(ବି.ବି.ନୁ୍ୟଜ୍): ଦୁଇ ଦୁଇଟା ଭେଣ୍ଡିଆ ପୁଅ । ହେଲେ ମୃତୁ୍ୟ ପରେ ବାପାର ଶବକୁ ପୁଅର କାନ୍ଧ ମିଳିଲାନି । କାନ୍ଧ ମିଳିବା ତ ଦୂର କଥା, କରୋନା ସନେ୍ଦହରେ ଆଡ଼ ଆଖିରେ ସୁଦ୍ଧା ବାପାର ଶବକୁ ଚାହିଁଲେନି । ୨୦ ଘଣ୍ଟା ଧରି ଡାକ୍ତରଖାନା ବାରଣ୍ଡାରେ ଶବ ପଡ଼ିରହିବା ପରେ ଶେଷରେ ବିଜୁ ଯୁବ ବାହିନୀ ସହାୟତା ପାଇଁ ଆଗେଇ ଆସିଥିଲା । ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନିଦେ୍ର୍ଧଶକ୍ରମେ ବିଜୁ ଯୁବ ବାହିନୀର କର୍ମକର୍ତ୍ତା ଶବକୁ ଡାକ୍ତରଖାନାରୁ ନେଇ ସକ୍ରାର କରିଛନ୍ତି । ତାଳଚେର ବ୍ଲକ୍ ଅଞ୍ଚଳରେ ସୋମବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ କରୋନା ପାଇଁ ନୈତିକ ମୂଲ୍ୟବୋଧର ଅବକ୍ଷୟ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ସୃଷ୍ଟି କରିଛି ।
ପ୍ରକାଶ ଯେ, ତାଳଚେର ବ୍ଲକ୍ ଅଞ୍ଚଳର ଜନୈକ ବ୍ୟକ୍ତି (୭୨ବର୍ଷ) ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାରେ ଉନ୍ନତି ନଆସିବାରୁ ତାଙ୍କୁ ତାଳଚେର ଏମ୍ସିଏଲ୍ ସେଣ୍ଟ୍ରାଲ୍ ହସ୍ପିଟାଲକୁ ଫେରାଇ ଅଣାଯାଇଥିଲା । ଭୁବନେଶ୍ୱରରେ ଚିକିିତ୍ସିତ ହେଉଥିବା ବେଳେ ତାଙ୍କର ଦେଖାଶୁଣା କରିବାକୁ ଯାଇଥିବା ସାନପୁଅ କରୋନା ସଂକ୍ରମିତ ହୋଇଥିଲେ । ତେଣୁ ତାଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏଭଳି ପରିସ୍ଥିତିରେ ଶନିବାର ରାତିରେ ବାପା ଆଖି ବୁଜିଥିଲେ । ମୃତ ବୃଦ୍ଧ କରୋନା ସଂକ୍ରମିତ ହୋଇନଥିଲେ ହେଁ ତାଙ୍କ ବଡ଼ପୁଅ ଓ ପରିବାର ତାଙ୍କ ଶବ ନେବାକୁ ଅମଙ୍ଗ ହୋଇଥିଲେ । କରୋନା ସଂକ୍ରମଣ ଭୟରେ ଶବ ପାଖ ସୁଦ୍ଧା ମାଡ଼ିନଥିଲେ । ତେଣୁ ଦୀର୍ଘ ସମୟ ଧରି ସେଣ୍ଟ୍ରାଲ୍ ହସ୍ପିଟାଲ୍ ଆଇସିୟୁରେ ମୃତଦେହ ପଡ଼ି ରହିଥିଲା । ସେପଟେ ସେଣ୍ଟ୍ରାଲ୍ ହସ୍ପିଟାଲ୍ରେ ଗୋଟିଏ ଆଇସିୟୁ ରହିଥିବାରୁ ହସ୍ପିଟାଲ୍ରେ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଥିଲା । ସେଣ୍ଟ୍ରାଲ୍ ହସ୍ପିଟାଲ୍ ପକ୍ଷରୁ ଏ ସମ୍ପର୍କରେ କୋଲିୟରୀ ଥାନାକୁ ଜଣାଇ ଦିଆଯିବା ପରେ ମଧ୍ୟ ପ୍ରଶାସନ ଓ ପୁଲିସ ପକ୍ଷରୁ ଆଜି ସକାଳ ସୁଦ୍ଧା କୌଣସି ବ୍ୟବସ୍ଥା ହୋଇପାରିନଥିଲା ।
ଏ ସମ୍ପର୍କରେ ଖବର ପାଇବା ପରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନିଦେ୍ର୍ଧଶକ୍ରମେ ଆଜି ଦିନ ସାଢେ଼ ୧ଟା ବେଳେ ବିଜୁ ଯୁବ ବାହିନୀ ପକ୍ଷରୁ ଯୁବ ନେତା ରାଜେଶ ଦାସଙ୍କ ନେତୃତ୍ୱରେ ଏକ ଆମ୍ବୁଲାନ୍ସରେ ଶବ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇଥିଲା । ଏକ ଜେସିବି ସହାୟତାରେ ମାଟି ଖୋଳି ଶବ ପୋତି ଦିଆଯାଇଥିଲା । ଭୂତାଣୁ ଭୟରେ ମାନବିକତା ମରିଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି ।
Comments are closed, but trackbacks and pingbacks are open.