ବାପ-ମା’ ଓ ମଝିଆଁ ଝିଅ ମୃତ

Get real time updates directly on you device, subscribe now.

ବୁର୍ଲା, (ବି.ବି.ନୁ୍ୟଜ୍): ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ାରୁ ବିଷ ଖାଇ ଗୋଟିଏ ପରିବାର ବାପ-ମା’ ଏବଂ ଜଣେ ଝିଅର ମୃତୁ୍ୟ ଘଟିଛି । ବରଗଡ ଜିଲ୍ଲା ବିଜେପୁର ଥାନା ବେନିଅାଁଚାଲ ଗାଁର ଏହି ହୃଦୟ ବିଦାରକ ଘଟଣା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ସକାଳ ପାହିଲେ ନୂଅାଁଖାଇ ଭଳି ଗଣପର୍ବ ପାଳନ ହେବାକୁ ଥିବା ବେଳେ ଏହି ଅଘଟଣ ଯୋଗୁଁ ଗାଁରେ ଶୋକର ଲହରୀ ଖେଳିଯାଇଛି ।
ବିଜେପୁର ଥାନା ବେନିଅାଁଚାଲ ଗାଁର ରଥ ମହାମନ୍ଦ (୪୫) ସ୍ତ୍ରୀ କୁମୋଦିନୀ ମହାନନ୍ଦ (୪୦) ଏବଂ ଝିଅ କବିତା ମହାନନ୍ଦ (୧୨) ବିଷ ଖାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ମତେ ଆଜି ଅପରାହ୍ନ ପ୍ରାୟ ୧୨ ଟା ସମୟରେ ରଥ ମହାନନ୍ଦଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ ଉପରୋକ୍ତ ୩ ଜଣ କୌଣସି କାରଣକୁ କେନ୍ଦ୍ର କରି ବିଷ ପିଇ ଦେଇଥିଲେ । ଏହା ସ୍ଥାନୀୟ ଅଞ୍ଚଳବାସୀ ଜାଣିବା ପରେ ତୁରନ୍ତ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଚିକିତ୍ସା ପାଇଁ ବିଜେପୁର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଝିଅ କବିତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱାମୀ-ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବରଗଡ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ । ବରଗଡରେ ସ୍ୱାମୀ ରଥ ମହାନନ୍ଦଙ୍କ ମୃତୁ୍ୟ ଘଟିଥିବା ବେଳେ ସ୍ତ୍ରୀ କୁମୋଦିନୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୂମୂର୍ଷୁ ଅବସ୍ଥାରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ କୁମୋଦିନୀଙ୍କର ମଧ୍ୟ ମୃତୁ୍ୟ ଘଟିଛି ।
ଘଟଣା ପଛରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ପାଇଁ ସେମାନେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏନେଇ ବିଜେପୁର ଥାନା ଅଧିକାରୀ ରାଜେନ୍ଦ୍ର ଶିଆଳକୁ ପଚାରିବାରୁ ଘଟଣାକୁ ସ୍ୱୀକାର କରିବା ସହିତ ବାପ ଏବଂ ଝିଅଙ୍କ ମୃତୁ୍ୟ ହୋଇଥିବା ଖବର ମିଳିଛି ଏବଂ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି । ଆସନ୍ତାକାଲି ବ୍ୟବଚ୍ଛେଦ ପରେ ସମସ୍ତଙ୍କ ମୃତଦେହ ଗାଁକୁ ଫେରିବ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ରଥ ମହାନନ୍ଦଙ୍କ ୩ ଝିଅଙ୍କ ମଧ୍ୟରୁ ବଡ଼ ଝିଅର ବିବାହ ହୋଇସାରିଛି । ମାତ୍ର ସେ କୌଣସି କାରଣରୁ ଶ୍ୱଶୁର ଘରୁ ଚାଲିଆସି ବାପ-ମା’ଙ୍କ ସହ ରହୁଛନ୍ତି । ୮-୯ ବର୍ଷର ଆଉ ଜଣେ ସାନ ଝିଅ ମଧ୍ୟ ତାଙ୍କର ଅଛି । ବିବାହିତା ଓ ସାନ ଝିଅ ଘରେ ସୁସ୍ଥ ଥିବା ଜଣାପଡ଼ିଛି ।
ଏଠାରେ ଉଲ୍ଲେଖନୀୟ, ଗତ ଜୁନ ମାସରେ ପରିବାରର ଜଣେ ସଦସ୍ୟଙ୍କ ମୃତୁ୍ୟରେ ମ୍ରିୟାମାଣ ହୋଇ ଝାରସୁଗୁଡ଼ା ଜିଲ୍ଲାର ଏକ ପରିବାର ବିଷ ପିଇଦେଇଥିଲେ । ଏଥିରେ ୩ଜଣଙ୍କର ମୃତୁ୍ୟ ଘଟିଥିଲା । ସେହି ପରିବାର କେବଳ ଜଣେ ଏବେ ଜୀବିତ ଅଛନ୍ତି । ଏହି ଘଟଣା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ବେନିଅାଁଚାଲ ଗାଁ ଘଟଣା ସ୍ତବ୍ଧ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons