ବାପ ମା’ ଛେଉଣ୍ଡ ମନିଷାଙ୍କ ମଥାରେ ଝଟକିଲା ସିନ୍ଦୂର

Get real time updates directly on you device, subscribe now.

ଆଳି,(ବି.ବି.ନୁ୍ୟଜ୍): କରୋନା ମହାମାରୀ ଆତଙ୍କ ଓ ଲକଡାଉନ୍ ଅଚଳାବସ୍ଥା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିବ୍ଲକମାଣିକପାଟଣା ଗାଁର ଯୁବକମାନେ ମିଳିତ ହୋଇ ଆଜିର ଜଣେ ନିଃସହାୟା ଝିଅର ବିବାହ କରାଇଛନ୍ତି । ମାଣିକପାଟଣା ଗାଁର ମନିଷା ସାହୁ ପିଲାଟି ବେଳୁ ବାପମାଙ୍କୁ ହରାଇ ନିଜର ବୃଦ୍ଧା ଆଈ ରୋହିଣୀଙ୍କ ପାଖରେ ରହୁଥିଲେ । ବାପା -ମା ଆରପାରିକୁ ଚାଲିଗଲା ପରେ ରୋହିଣୀଙ୍କ ଆଶାବାଡ଼ି ପାଲଟିଥିଲେ ଆଈ ମନିଷା । ଛୋଟବେଳୁ ସ୍ନେହ, ଶ୍ରଦ୍ଧା ଭଲପାଇବା ସହ ଲାଳନପାଳନ କରି ମନିଷାଙ୍କୁ ବଡ଼ କରିଥିଲେ । ହେଲେ ବିବାହ ବୟସ ବେଳକୁ ମଣିଷାଙ୍କୁ ହାତରୁ ଦିହାତ କରିବା ପାଇଁ ଅର୍ଥ ସାଜିଥିଲା ବାଧକ । ଆଉ ଏମିତି ଦୁଃଖଦ ସମୟରେ ସହାୟତାର ହାତ ବଢ଼ାଇଥିଲେ ଗାଁର ଶତାଧିକ ଯୁବକ । ମାଣିକପାଟଣା ପଞ୍ଚାୟତର ଆମ ସ୍ୱାଭିମାନ ଯୁବକ ସଂଗଠନର ସଦସ୍ୟମାନେ ମିଳିତ ହୋଇ ମନିଷାଙ୍କ ଆୟୋଜନ କରିଥିଲେ । ଆଉ ମନିଷାଙ୍କୁ ସାତଜନମର ସାଥୀ କରିଥିଲେ କଳଦିଆ ଗ୍ରାମର ସନାତନ ସାହୁଙ୍କ ପୁଅ ମନୋଜ । ମନୋଜ ବରସାଜି ଆସିବା ପରେ ଗାଁ ରାମ ମନ୍ଦିରରେ ବାହାଘର ଅନୁÂିତ ହୋଇଥିଲା । ସ୍ୱାଭିମାନ ସଂଗଠନର ସଦସ୍ୟମାନେ ଏକାଠି ହୋଇ ମନ୍ଦିର ମଣ୍ଡପରେ ସାଜସଜ୍ଜା ସହ ସରଞ୍ଜାମ ଯୋଗାଇ ଦେଇ ବାହାଘର କରିଥିଲେ । ସାମାଜିକ ଦୂରତା ମଧ୍ୟରେ ଶଙ୍ଖ, ହୁଳହୁଳି ଓ ମନ୍ତ୍ରପାଠ ମଧ୍ୟରେ ବିବାହ ଉତ୍ସବ ଅନୁÂିତ ହୋଇଥିଲା । ଆଉ ମନଷାଙ୍କୁ ବିଦାକି ଦେବା ପାଇଁ ତାଙ୍କୁ ଭଳିକି ଭଳିକି ଉପହାର ଦେଇଥିଲେ ଯୁବକ ସଂଗଠନ । ଆଲମିରା, ଡ୍ରେସିଂ ଟେବୁଲ, ଆଲଣା, ଚେୟାର, ଟି-ପୟ, ଶାଢିଠୁ ଆରମ୍ଭ କରି ସୁନା କାନଫୁଲ ପର୍ଯ୍ୟନ୍ତ ଯୋଗାଇ ଦେଇଥିଲେ । ଜଣେ ବେସାହାରା ଝିଅ ବାହାଘର ପାଇଁ ଯୁବକ ମାନଙ୍କର ଏଇ ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons