ବାବ୍ରି ଭଙ୍ଗା ଘଟଣା: ଶୁଣାଣି ଶେଷ କରିବାକୁ ଡେଡଲାଇନ ଜାରି, ଅଗଷ୍ଟ ୩୧ ସୁଦ୍ଧା ରାୟ ପ୍ରକାଶ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Get real time updates directly on you device, subscribe now.

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବାବ୍ରି ମସଜିଦ୍ ଭଙ୍ଗା ଘଟଣାର ମୋକଦ୍ଦମା ଅଗଷ୍ଟ ୩୧ ସୁଦ୍ଧା ଶେଷ କରିବାକୁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ନିର୍ଦ୍ଧାରିତ ଦିନରେ ଲକ୍ଷ୍ନୌ ନିମ୍ନ ଅଦାଲତ ଏପ୍ରିଲରେ ମାମଲାର ରାୟ ଦେବାର ଥିଲା। ତେବେ ଏପର୍ୟ୍ୟନ୍ତ ସମସ୍ତ ସାକ୍ଷଙ୍କ ବୟାନ ରେକର୍ଡ ହୋଇପାରି ନାହିଁ। ଏଣୁ ଶୁଣାଣି ଅବଧି ସମ୍ପ୍ରସାରିତ କରିବା ଲାଗି ସୁପ୍ରିମକୋର୍ଟ ନିବେଦନର ଶୁଣାଣି କରି ଡେଡ୍ ଲାଇନ ଧାର୍ୟ୍ୟ କରିଛନ୍ତି।
ସାକ୍ଷମାନଙ୍କ ବୟାନ ଭିଡିଓ କନଫରେନସିଂରେ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଅଗଷ୍ଟ ୩୧ ସୁଦ୍ଧା ରାୟ ପ୍ରକାଶ କରିବାକୁ କହିଛନ୍ତି। ବାବ୍ରି ମସଜିଦ୍ ଭଙ୍ଗା ନେଇ ସିବିଆଇ ଦ୍ୱାରା ରୁଜୁ ମାମଲାରେ ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ମଧ୍ୟ ଅଭିଯୁକ୍ତ ଅଛନ୍ତି। ସୂଚନା ଅନୁସାରେ ବାବ୍ରି ଭଙ୍ଗା ଘଟଣାର ତଦନ୍ତ କରି ସିବିଆଇ ୨୦୧୭ ମସିହାରେ ବିଜେପି ସଂସ୍ଥାପକ ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀ ଓ ଶୁଶ୍ରୀ ଉମାଭାରତୀ ଆଦିଙ୍କୁ ଅଭିଯୁକ୍ତ କରିଥିଲେ।
ସିବିଆଇ ସେମାନଙ୍କ ବିରୋଧରେ ବାବ୍ରି ବିଧ୍ୱଂସ ଲାଗି ଅପରାଧୀକ ଷଡୟନ୍ତ୍ରର ଅଭିଯୋଗ କରିଛନ୍ତି। ତେବେ ପ୍ରତ୍ୟକ୍ଷଦର୍ଶୀ ସାକ୍ଷଙ୍କ ବୟାନ ପରୀକ୍ଷଣରେ ବିଳମ୍ବ ଯୋଗୁ ତତ୍କାଳୀନ ୟୁପି ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ବିରୋଧରେ ଅଭିଯୋଗ ହୋଇପାରିନଥିଲା। ୬ ଡିସେମ୍ବର ୧୯୯୨ ମସିହାରେ ବାବ୍ରି ମସଜିଦ୍‌କୁ ଭାଙ୍ଗି ଦିଆଯାଇଥିଲା। ସେତେବେଳେ କଲ୍ୟାଣ ସିଂହ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ରାମ ଜନ୍ମଭୂମିରେ ଉତ୍ତେଜନାମୂଳକ ପରିସ୍ଥିତି ଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଯେପରି ସୁରକ୍ଷା ବ୍ୟବସ୍ଥା କରାଯିବାର ଥିଲା ସେପରି ହୋଇ ପାରିନଥିବାରୁ ନିରସ୍ତ୍ର ଲୋକେ ମସଜିଦକୁ ଭାଙ୍ଗି ଦେଇଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons