ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ତାଙ୍କ ଲୋକସଭା ନିର୍ବାଚନମଣ୍ଡଳି ବାରଣାସୀକୁ ସମ୍ବୋଧିତ କରିଛନ୍ତି। ଭିଡିଓ କନଫରେନସିଂ ମାଧ୍ୟମରେ ମୋଦି ତାଙ୍କ ଭାଷଣ ଆରମ୍ଭରେ ଆଫଗାନିସ୍ତାନ ଗୁରୁଦ୍ୱାର ଆକ୍ରମଣକୁ ନେଇ ଦୁଃଖ ପ୍ରକଟ କରିଥିଲେ। ଏହା ସହ ମୃତାହତଙ୍କ ପରିବାର ଲାଗି ସମବେଦନା ଜଣାଇଥିଲେ।
ସାରା ଦେଶରେ ଆଜିଠାରୁ ନବରାତ୍ରି ପାଳନ ହେଉଛି। ପ୍ରଥମ ଦିନରେ ମା ଶୈଳପୁତ୍ରୀଙ୍କ ଆରାଧନା କରାଯାଏ। ମା ଶୈଳ ପୁତ୍ରୀ ସ୍ନେହ, କରୁଣା ଓ ଦୟାର ସ୍ୱରୂପ। ତାଙ୍କୁ ପ୍ରକୃତିର ଦେବୀ ବୋଲି ମଧ୍ୟ କୁହାଯାଏ। କରୋନା ଜନିତ ପରିସ୍ଥିତି ଯୋଗୁ ଦେଶ ଏବେ ଗୁରୁତର ସଂକଟ ଦେଇ ଗତି କରୁଛି। ଏଥିରେ ଆମ ସମସ୍ତଙ୍କୁ ମାଙ୍କ ଆଶିର୍ବାଦ ନିହାତି ଆବଶ୍ୟକ ବୋଲି କହିଥିଲେ ମୋଦି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାଭାରତ ୧୮ ଦିନରେ ଜିତା ଯାଇଥିଲା। ତେବେ ଆମକୁ ୨୧ ଦିନରେ ୧୩୦ କୋଟି ମହାରଥୀଙ୍କ ଦ୍ୱାରା କରୋନା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ଏଥିରେ କାଶୀବାସୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କାରଣ ଶାଶ୍ୱତ, ସନାତନ ଓ ସମୟାତୀତ ହେଉଛି କାଶୀର ଅଭିଜ୍ଞତା । ଏଣୁ ଲକ୍ ଡାଉନ୍ ପରିସ୍ଥିତିରେ କାଶୀ ଦେଶକୁ ସଞ୍ଜମ, ସମନ୍ୱୟ ଓ ସମ୍ବେଦନଶୀଳତାର ଶିକ୍ଷାଦେବ। ସେହପରି ସହଯୋଗ, ଶାନ୍ତି ଓ ସହନଶୀଳତାର ବି ଶିକ୍ଷାଦେବ। ଦେଶ ଶିଖିବ ସାଧନା, ସେବା ଓ ସମାଧାନର ସୂତ୍ର।
Comments are closed, but trackbacks and pingbacks are open.