ଭୁବନେଶ୍ୱର : ବର୍ତ୍ତମାନ ନଜର ବାରବାଟୀ ଉପରେ । କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଟିଜ ସିରିଜ୍ ଦିନିକିଆର ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ । ବର୍ତ୍ତମାନସୁଦ୍ଧା ସିରିଜ୍ ୧-୧ ରେ ବରାବର ଅଛି, ଆଉ ୧-୨ ରେ ଯିଏ ଜିତିବ ସେ ହାତେଇବ ସିରିଜ୍ । ତେବେ ବେଶି ନଜର ଭାରତୀୟ ଓପନର ରୋହିତ ଶର୍ମାଙ୍କ ଉପରେ । ଏହି ଦମଦାର ବ୍ୟାଟ୍ସମ୍ୟାନ ଏକ ନୂଆ କୀର୍ତ୍ତିମାନ କରିବା ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । କଟକ ଦର୍ଶକ ରୋହିତଙ୍କ ବ୍ୟାଟ୍ କମାଲ କରିବା ନେଇ ବେଶ୍ ଆଶାବାଦୀ । ଦୀର୍ଘ ୨୨ ବର୍ଷର ରେକର୍ଡ ଭାଙ୍ଗିବାକୁ ବାରବାଟୀରେ ରୋହିତଙ୍କ ଲାଗି ଏକ ବଡ଼ ସୁଯୋଗ ମଧ୍ୟ ରହିଛି ।
ଶ୍ରୀଲଙ୍କା କ୍ରିକେଟର ସନଥ ଜୟସୂର୍ୟ୍ୟାଙ୍କ ରେକର୍ଡ ଭାଙ୍ଗିବେ ରୋହିତ । ଏହି ସମ୍ଭାବନା ବେଶି, କ୍ରିକେଟ ଫ୍ୟାନ୍ ବି ଏଥିଲାଗି ଖୁବ୍ ଆଶାୟୀ । କାରଣ ଭାଇଜାଗ ୱାନଡେରେ କମାଲ କରିଛନ୍ତି ରୋହିତ । ଭାରତୀୟ ଦଳର ୨୦୦ ରନ୍ ପାର୍ଟନରସିପ୍ ଦଳକୁ ଦେଇଥିଲା ବିରାଟ ବିଜୟ । ଏବେ ତୃତୀୟ ୱାନଡେ ଜିତିବାର ସବୁ ଭରସା ରଖିଛି ଟିମ୍ ଇଣ୍ଡିଆ । ତେବେ ରୋହିତ କେଉଁ ରେକର୍ଡ ଭାଙ୍ଗିବେ ? ଏକ ନିଆରା ରେକର୍ଡ ।
୨୦୧୯ ରୋହିତଙ୍କ ବର୍ଷ ହୋଇଛି। ଏ ବର୍ଷ ପୁରା ଦମଦାର ସ୍କୋର କରିଛନ୍ତି ଏହି ଓପନର । ଆଉ ବର୍ଷର ଶେଷ ମ୍ୟାଚ୍ରେ ରୋହିତଙ୍କ ଶୋ ପୁଣି ଜମିବ । ଚଳିତ ବର୍ଷ ଆଜି ସୁଦ୍ଧା ରୋହିତ ଶର୍ମା ମୋଟ ୨୩୭୯ ରନ୍ କରିଛନ୍ତି । ତେବେ ୧୯୯୭ ରେ ଜୟସୂର୍ୟ୍ୟାଙ୍କ ମୋଟ ସ୍କୋର ଥିଲା ୨୩୮୭ ରନ୍ । ଏବେ ସେହି ରେକର୍ଡ ନିକଟତର ହୋଇଛନ୍ତି ରୋହିତ ଶର୍ମା । ମାତ୍ର ୯ ରନ୍ର ବ୍ୟବଧାନ । ଆଉ ବାରବାଟୀ ପିଚ୍ ଏବଂ କ୍ରିକେଟ ଫ୍ରେଣ୍ଡଲି ଦର୍ଶକ ତାଙ୍କ ପାଇଁ ଅନୁକୂଳ ହେବାର ଆଶା ବେଶି । ଯାହା ବି ହେଉ ରୋହିତ ନିରାଶ କରିବେନି । ୧୫୯ ରନ୍ ସହ ବିଜୟରେ ମୁଖ୍ୟ ଭୂମିକା ନେଇ ବିଶାଖାପାଟଣାରେ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ ରୋହିତ । ଆଉ ବିଶାଖାପାଟଣା ଭଳି ବାରବାଟୀରେ ବି ଗର୍ଜୀବ ରୋହିତ ଙ୍କ ବ୍ୟାଟ୍ ।ଏହି ଜବରଦସ୍ତ ଆଶା ରଖିଚନ୍ତି ରୋହିତ ଫ୍ୟାନ୍ସ ।
Comments are closed, but trackbacks and pingbacks are open.