ବାରମ୍ବାର ଗୁହାରି ପରେ ଶୁଣିଲେନି ପଞ୍ଚାୟତ କର୍ତ୍ତୃପକ୍ଷ

Get real time updates directly on you device, subscribe now.

ଘଟଗାଁ,(ବି.ବି.ନୁ୍ୟଜ୍): ପଞ୍ଚାୟତ କର୍ତ୍ତୃପକ୍ଷ ଶୁଣିଲେଣି । ଶେଷରେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଗୁହାରି ଜଣାଇଛନ୍ତି ଚମ୍ପୁଆ ବଡ଼ନଇ ଗାଁର ଡୁଲୁଙ୍ଗ ଚାତମ୍ବା(୫୮) । ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମନାଭ ବେହେରା ତାଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ କରିଛନ୍ତି । ଏବଂ ଭତ୍ତା, ଭିନ୍ନକ୍ଷମ ପ୍ରମାଣପତ୍ର ସହ ସରକାରୀ ସୁବିଧା ଅନ୍ତର୍ଭୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାପରେ ସାମାଜିକ ସୁରକ୍ଷା ଅଧିକାରୀ ତାଙ୍କୁ ଗାଡିର ବ୍ୟବସ୍ଥା କରି ତାଙ୍କ ଘରେ ଛାଡ଼ିଛନ୍ତି ।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ବଡନଇ ଗ୍ରାମରେ ଡୁଲୁଙ୍ଗ ଚାତମ୍ବାଙ୍କ ଘର । ଗତ ଫେବ୍ରୁଆରୀ ମାସରେ ଘର ମରାମତି କରୁଥିବାବେଳେ ତଳକୁ ଖସି ପଡିଥିଲେ । ସେବେଠୁ ତାଙ୍କର ଗୋଟିଏ ହାତ,ଗୋଡ ଅଚଳ ହୋଇପଡିଛି । ଦୀର୍ଘ ୬ ମାସ ହେଲାଣି କାମଧନ୍ଦା ନଥିବାରୁ ପରିବାର ଚଳିବା କଷ୍ଟକର ହେଉଛି । ବିକଳାଙ୍ଗ ଭତ୍ତା ପାଇଁ ବହୁବାର ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଯାଇ ସରପଞ୍ଚ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ଶୁଣିଲେନି । ଏଣୁ ବାଧ୍ୟ ହୋଇ ତାଙ୍କ ସ୍ତ୍ରୀ ପାଖ ପଡୋଶୀଙ୍କଠୁ ଏକ ହ୍ୱିଲ୍ ଚେୟାର ମାଗି ଆଣି ଡୁଲୁଙ୍ଗକୁ ଠେଲି ଠେଲି ଦୀର୍ଘ ୧୭ କିମି ଦୂର ଅତିକ୍ରାନ୍ତ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
ଚମ୍ପୁଆ ବ୍ଲକ୍ରେ ଭତ୍ତା ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ବାରମ୍ବାର ଖବର ପ୍ରକାଶ ପାଉଛି । ହାତଗୁଞ୍ଜା ନଦେଇ ପାରିଲେ ଭତ୍ତା ମିଳୁନଥିବା ବହୁବାର ଅଭିଯୋଗ ହୋଇ ଆସୁଥିବାବେଳେ ଡୁଲୁଙ୍ଗ ଭଳି ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚôତ ହେଉଛନ୍ତି । ଗୁହାରି କରିବାକୁ ବ୍ଲକ୍ କାର୍ଯ୍ୟାଳୟ ଗଲେ କରୋନା ଆଳ ଦେଇ କର୍ମଚାରୀ ଫେରାଇ ଦେଉଛନ୍ତି । ଆଉ କେଉଁଠି ଅଧିକାରୀ ନାଲି ଆଖି ଦେଖାଉଛନ୍ତି । ତେବେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ପରେ ସରକାରୀ ସୁବିଧା ପାଇ ଖୁସି ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons