ବାରିପଦା ଚେକ୍‌ବୁକ୍‌ ନଥାଇ ଜାଲ୍‌ ଚେକ୍‌ରେ ମହିଳାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଗାଏବ

Get real time updates directly on you device, subscribe now.

ବାରିପଦା : ବାରିପଦା ତଖତପୁର ଏସବିଆଇ ବ୍ରାଞ୍ଚରେ ଜଣେ ମହିଳା ଆକାଉଣ୍ଟ ହୋଲଡରଙ୍କ ଆକାଉଣ୍ଟର ୧୦ଲକ୍ଷ ଟଙ୍କା ଗାଏବ୍ ହୋଇଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗକାରୀ ହେଲେ ଶାନ୍ତିଲତା ମୁଖତ । ସେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ।
ଚାକିରିରୁ ଅବସର ପରେ ତାଙ୍କ ଆକାଉଣ୍ଟରେ ଅବସରକାଳୀନ ସହାୟତା ରାଶି ଜମା କରିଥିଲେ । ଆକାଉଣ୍ଟରେ ୧୪ଲକ୍ଷ ଟଙ୍କା ଜମା ଥିବାବେଳେ ଏବେ ସେଥିରୁ ୧୦ଲକ୍ଷ ଟଙ୍କା କେହି ଉଠାଇନେଇଥିବା ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ ତଦନ୍ତ କରାଯାଉଛି ବୋଲି ସଫେଇ ଦେଇଛନ୍ତି ବ୍ୟାଙ୍କ୍ ମ୍ୟାନେଜର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons