ବାରିପଦା : ବାରିପଦା ବଜାର ରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ୩ଟି ଟେଲର୍ ଦୋକାନ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଟ୍ରାଫିକ୍ ଛକରୁ ହସ୍ପିଟାଲ୍ ରାସ୍ତାରେ ଥିବା ୩ଟି ଅସ୍ଥାୟୀ ଟେଲର୍ ଦୋକାନ ରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ବହୁ ପରିମାଣର କପଡା ସହିତ ଦୋକାନ ୩ଟି ମଧ୍ୟ ପୋଡି ଯାଇଛି ।
ଅଗ୍ନିଶମ ବିଭାଗର ଦୁଇଟି ଗାଡି ପ୍ରାୟ ୨ ଘଣ୍ଟାର ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ ତେବେ ଲୋକେ ସିଲେଇ ପାଇଁ ଦେଇଥିବା ବହୁ ପରିମାଣର କପଡା ସହିତ ୭ଟି ରୁ ଅଧିକ ସିଲାଇ ମେସିନ୍ ମଧ୍ୟ ନିଆଁରେ ପୋଡିଯାଇଛି। ବାରିପଦା ଟାଉନ୍ ପୋଲିସ ଓ ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରୁଛନ୍ତି।


Comments are closed, but trackbacks and pingbacks are open.