ଲମତାପୁଟ,(ବି.ବି.ନୁ୍ୟଜ୍): ବାର୍ଦ୍ଧକ୍ୟ ଭତ୍ତାରୁ ବି କଟାଯାଉଛି ଦଶହରା ଚାନ୍ଦା । ଗରିବ ହିତାଧିକାରୀଙ୍କ ଭତ୍ତାରୁ ଜବରଦସ୍ତ କଟାଯାଇଛି ୩୦ ଟଙ୍କା । ଏହା କେହି ବାହାର ଲୋକ କରି ନାହାନ୍ତି । ଖୋଦ୍ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ । ଲମତାପୁଟ ବ୍ଲକ ବାଲେଲ ପଞ୍ଚାୟତର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଜାଣିବା ପରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହାର ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି । ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ହିତାଧିକାରୀଙ୍କ ଅଭିଯୋଗ ଅନୁଯାୟୀ ଗତ ଶନିବାର ବାଲେଲ ପଞ୍ଚାୟତରେ ଭତ୍ତା ବଣ୍ଟନ କରାଯାଇଥିଲା । ପଞ୍ଚାୟତର ମୋଟ ୫୪୩ ହିତାଧିକାରୀଙ୍କୁ ୨ଲକ୍ଷ ୭୩ ହଜାର ୯୦୦ଟଙ୍କା ପ୍ରଦାନ କରାଯାଇଥିଲା । ଭତ୍ତା ପ୍ରଦାନ ପରେ ଦଶହରା ଚାନ୍ଦା ବାବଦକୁ ସମସ୍ତ ହିତାଧିକାରୀଙ୍କ ଠାରୁ ସରକାରୀ ବାବୁମାନେ ୩୦ ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରିଥିଲେ । ଭତ୍ତା ଦେବା ସମୟରେ ପଞ୍ଚାୟତ କାର୍ଯ୍ୟାଳୟରେ ପିଇଓ ସଦାଶିବ ବେହେରା, ଗ୍ରାମରୋଜଗାର ସେବକ ସୀମାଦ୍ରି କ୍ରିର୍ସାନି, ସରପଞ୍ଚ ଲଇଛନ ପଦୁଆ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଖଗେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ । ସରପଞ୍ଚଙ୍କ ଉପସ୍ଥିତିରେ ଦଶହରା ବାବଦ ଚାନ୍ଦା କଟାଯାଇଥିବା ହିତାଧିକାରୀ କ୍ଷୋଭର ସହ ଅଭିଯୋଗ କରିଛନ୍ତି । ପୂଜାପାଇଁ ଜୋରଜବରଦସ୍ତ ଚାନ୍ଦା ନେବା ଆଇନଦୃଷ୍ଟିରେ ଅପରାଧ ହୋଇଥିଲେ ମଧ୍ୟ ସରକାରୀ ବାବୁମାନେ ଏଭଳି କରିଥିବା ହିତାଧିକାରୀ କହିଛନ୍ତି । ଏନେଇ ହିତାଧିକାରୀ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଭିଯୋଗ ଶୁଣାଣି ପ୍ରକୋÂରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଶ୍ରୀ ମିଶ୍ର ଘଟଣାକୁ ନିନ୍ଦା କରିବା ସହ ତଦନ୍ତ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ଆଜି ଅଞ୍ଚଳର ନାନିଗୁରୁ ଖରା ନାମକ ଜଣେ ବ୍ୟକ୍ତି ବ୍ଲକ କାର୍ଯ୍ୟାଳୟ ଆଗରେ ପାଟିତୁଣ୍ଡ କରିଥିଲେ । ଲାଞ୍ଚ ଓ ଚାନ୍ଦା କାରବାର ରାଜ୍ୟରେ ବନ୍ଦ କରିବାକୁ ସରକାର ପଦକ୍ଷେପ ନେଉଥିବା ବେଳେ ଲମତାପୁଟ ବ୍ଲକର ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ୱଳ୍ପ ଭତ୍ତାରେ ଜଣେ ଅସହାୟ ଲୋକ ମାସେ ପର୍ଯ୍ୟନ୍ତ ଚଳିବା ମୁସ୍କିଲ ହୋଇପଡୁଥିବା ବେଳେ ସେହି ଟଙ୍କାରୁ ମଧ୍ୟ ଚାନ୍ଦା ଆଦାୟ କରାଯାଇଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି । ମାନବିକତାକୁ ପାଦରେ ଦଳି ଦେଇ ଭତ୍ତା ଟଙ୍କାରୁ ଚାନ୍ଦା ନିଆଯିବା ଘଟଣାକୁ ଅଞ୍ଚଳବାସୀ ନାପସନ୍ଦ କରିବା ସହ ନିନ୍ଦା କରିଛନ୍ତି । ଏନେଇ ପିଇଓ ଶ୍ରୀ ବେହାରାଙ୍କୁ ପଚାରିବାରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଟଙ୍କା ନେବା ଘଟଣା ସମ୍ପର୍କରେ ସେ ଅବଗତ ଥିଲେ । ଜାଣିବା ପରେ ତାଙ୍କୁ ତାଗିଦ କରାଯାଇଛି । ଜିଲ୍ଲା ପ୍ରଶାସନର ତଦନ୍ତ ଆରମ୍ଭ ପରେ ଟଙ୍କା ଫେରସ୍ତ ଦେବାକୁ ସମ୍ପୃକ୍ତ କର୍ମଚାରୀଙ୍କୁ କୁହାଯାଇଥିବା ଶ୍ରୀ ବେହେରା କହିଛନ୍ତି ।
Comments are closed, but trackbacks and pingbacks are open.