ବେଗୁନିଆପଡ଼ା, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଖଣ୍ଡିଆନଈ ପଞ୍ଚାୟତ ଦେଉଳିଆପଡ଼ା ଗ୍ରାମରେ ବାର୍ହା ପଶି ଅମଳ ଧାନ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଚାଷୀ ବିଜୟ ମହାନ୍ତିଙ୍କ ପ୍ରାୟ ଦେଢ ଭରଣ ଜମିରେ ଉପôାଦ ୪୫ ବସ୍ତା ଧାନ ନଷ୍ଟ ହୋଇଛି । ମଣ୍ଡିକୁ ନେବା ନିମନ୍ତେ ଅମଳ ଧାନ ବସ୍ତା ଖଳାରେ ରଖିଥିଲେ । ଗତକାଲି ରାତିରେ ବାର୍ହା ପଲ ପଶି ଅମଳ ଧାନ ଖାଇବା ସହିତ ଛିନ୍ଛତ୍ର କରିଛନ୍ତି । ପଲରେ ୧୦/୧୫ ବାର୍ହା ଥିବା କୁହାଯାଇଛି । ଏହାଫଳରେ ବର୍ଷକର ଖାଦ୍ୟ କ୍ଷତି ହୋଇଥିବା ଯୋଗୁଁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ଜଣେ ସମ୍ପର୍କୀୟ ଅସୁସ୍ଥ ଥିବାରୁ ବିଜୟ ମହାନ୍ତି ବାହାରକୁ ଯାଇଥିଲେ । ମଣ୍ଡିରେ ଧାନ ବିକ୍ରୟ କରିବାକୁ ଏହି କ୍ଷତିଗ୍ରସ୍ତ ଚାଷୀ ପଞ୍ଜୀକରଣ କରି ନଥିବା ସମବାୟ ସମିତି ସମ୍ପାଦକ କହିଛନ୍ତି ।
Comments are closed, but trackbacks and pingbacks are open.