ବାଲିଅନ୍ତା ତହସିଲଦାର ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ । ତାଙ୍କ ସହ ତହସିଲର ଡାଟା ଏଣ୍ଟି୍ର ଅପରେଟର ଧନେଶ୍ୱର ସାହୁ ମଧ୍ୟ ଗିରଫ ହୋଇଛନ୍ତି । ଉଭଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଗିରଫ କରିଛି । ଏକ ଜମିଜମା ମାମଲା ପାଇଁ ଅଫିସଠୁ କିଛି ଦୂରରେ ଏକ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧନେଶ୍ୱରଙ୍କୁ ଆଜି ଧରିଥିଲା ଭିଜିଲାନ୍ସ । ଏହି ମାମଲାରେ ତହସିଳଦାରଙ୍କ ସମ୍ପ୍ୟକ୍ତି ଥିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଏହାବ୍ୟତୀତ ତହସିଲଦାରଙ୍କ ଘରେ ଭିିଜିଲାନ୍ସ ଚଢ଼ାଉ ଜାରି ରହିଥିବା ଜଣାଯାଇଛି । ତେବେ ଉଭୟ ତହସଲଦାର ଓ ଡାଟା ଏଣ୍ଟି୍ର ଅପରେଟର ଏହାକୁ ଖଣ୍ଡନ କରିଛନ୍ତି । ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ କହିଛନ୍ତି , ମୁଁ ଏ ବିଷୟରେ କିଛି ଜାଣିନି । ସେ ଲୋକ କିଏ ମୁଁ ବି ତାକୁ ଚିହ୍ନିନି । କିଏ କର ବଦମାସୀ କରିଥିବେ ବୋଲି କହିଲେ ତହସିଲଦାର । ଅପରପକ୍ଷେ ଡାଟା ଏଣ୍ଟି୍ର ଅପରେଟର ଧନେଶ୍ୱର ସାହୁ କହିଛନ୍ତି, ଅଫିସ୍ ସାନିଟାଇଜ୍ ହେଉଥିବା ଯୋଗୁ ସମସ୍ତ କର୍ମଚାରୀ ବାହାରେ ଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ଆସି ଅଫିସ୍ କାମରେ ତାଙ୍କୁ ଜୋରଜବରଦସ୍ତ ଉକ୍ତ ଟଙ୍କା ଦେଇଥିବା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons