ଦେବଗଡ : ଦେବଗଡ ଜିଲ୍ଲା ବାରକୋଟ ଥାନା ବାଲିରୋଇ ଗାଁରୁ ତିନି ଶବ ମିଳିବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ବିକ୍ରମ ପ୍ରଧାନ ସମେତ ଚାରି ଜଣଙ୍କୁ ଗିରଫ କରିବା ସହ ବାରକୋଟ ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିଛି । ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ଅଛି।
ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୧୮ ତାରିଖରେ ବିକ୍ରମ ନିଜ ସ୍ତ୍ରୀ ଓ ଦୁଇ ଶିଶୁଙ୍କ ହତ୍ୟା କରିବା ପରେ ପୋତି ଦେଇଥିଲା ବୋଲି ପୋଲିସ କହିଛି । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ବିକ୍ରମଙ୍କ ବାପା ସୋମନାଥ ପ୍ରଧାନ, ମାଆ ରୂପେଲୀ ପ୍ରଧାନ, ସାଙ୍ଗ ଅମର କୁମାର ସାମଲକୁ ପୋଲିସ ଗିରଫ କରିଛି । ତେବେ ସେନା ବାହିନୀରେ କାର୍ୟ୍ୟରତ ବିକ୍ରମର ଭାଇ ଚିନ୍ମୟ ପ୍ରଧାନ ହତ୍ୟାକାଣ୍ଡ ପରଠାରୁ ଫେରାର ରହିଛି ।
Comments are closed, but trackbacks and pingbacks are open.