ବାଲି ବୋଝେଇ ଟ୍ରାକ୍ଟର ଜବତ

Get real time updates directly on you device, subscribe now.

ଜେକେପୁର,(ବି.ବି.ନୁ୍ୟଜ୍): ବେଆଇନ ବାଲିଚାଲାଣ ରୋକିବାକୁ ଚାନ୍ଦିଲି ପୁଲିସ୍ ଆଜି ନାଗାବଳୀ ନଦୀରେ ଚଢଉ କରି ୩ଟି ବାଲି ବୋଝେଇ ଟ୍ରାକ୍ଟର ସହ ଅନ୍ୟ ୪ଟି ଗାଡ଼ିକୁ ଜବତ କରିଛି । ବାଲି ବୋଝେଇ ୩ଟି ଗାଡିର ମାଲିକଙ୍କଠାରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଅନ୍ୟ ଗାଡି ମାଲିକଙ୍କୁ ନୋଟିସ୍ କରାଯିବ ବୋଲି ଡିଏସ୍ପି ଅରୂପ ଅଭିଶେଖ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ନାଗାବଳୀ ନଦୀରୁ ସବୁବେଳେ ବେଆଇନ ବାଲି ଚାଲାଣ ହେଉଛି । ବାଲି ମାଫିଆମାନେ ପ୍ରତିଦିନ ଶତାଧିକ ଗାଡିରେ ଚାଲାଣ କରୁଛନ୍ତି । ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଡିଏସ୍ପି ଶ୍ରୀ ଅଭିଶେଖଙ୍କ ନେତୃତ୍ୱରେ ଥାନା କର୍ମଚାରୀ ଚଢଉ କରିଥିଲେ । ଚଢଉ ବେଳେ ନଦୀଘାଟରେ ଥିବା ୩ଟି ବାଲିବୋଝେଇ ଟ୍ରାକ୍ଟର ଜବତ କରାଯାଇଥିଲା । ସେହିପରି ପୁଲିସ୍କୁ ଦେଖି ମାରିଗୁଡା ନଦୀତଟରେ ଥିବା ୪ଟି ଟ୍ରାକ୍ଟରର ଡ୍ରାଇଭର ଗାଡି ଛାଡି ଫେରାର୍ ହୋଇଯାଇଥିଲେ । ପୁଲିସ୍ ସେଠାରେ ପହଞ୍ଚି ବାଲି ବୋଝେଇ ପାଇଁ ଅପେକ୍ଷା କରିଥିବା ଅନ୍ୟ ୪ଟି ଗାଡିକୁ ମଧ୍ୟ ଜବତ କରିଥିଲା । ବାଲି ବୋଝେଇ ୩ଟି ଗାଡିକୁ ହେଫାଜତରେ ରଖିବା ସହ ଜରିମାନା ଆଦାୟ କରିବା ଲାଗି ଥେରୁବାଲି ଫାଣ୍ଡି ଅଧିକାରୀ କୁନି ଶବରଙ୍କୁ ଡିଏସ୍ପି ଶ୍ରୀ ଅଭିଶେଖ ନିଦେ୍ର୍ଧଶ ଦେଇଥିଲେ । ସନ୍ଧ୍ୟାରେ ଜବତ ୩ ଗାଡି ମାଲିକଙ୍କଠାରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଅନ୍ୟପକ୍ଷରେ ଅନ୍ୟ ୪ଟି ଗାଡିର ନମ୍ବର ଅନୁଯାୟୀ ମାଲିକଙ୍କୁ ନୋଟିସ୍ କରାଯିବ ବୋଲି ସୂଚନା ଦେଇଛନ୍ତି । ନାଗାବଳୀ ନଦୀରୁ ପ୍ରତିଦିନ ବାଲି ଚାଲାଣ କରି ମାଫିଆମାନେ ମାଲାମାଲ ହେଉଛନ୍ତି । ବେଆଇନ ଚାଲାଣ ଯୋଗୁ ସରକାର ରାଜସ୍ୱ ହରାଉଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons