ବାଲି ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ବାଲିଆପାଳ,(ବି.ବି.ନୁ୍ୟଜ୍): ଦୁଃଖ ଯେତେବେଳେ ଆସେ, ଭାଇ ବନ୍ଧୁ ଧରି ଆସେ । ରବିବାର ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଚୌମୁଖ ଗ୍ରାମର ଜଣେ ମହିଳା ହତ୍ୟାର ଶିକାର ହୋଇ ମୃତୁ୍ୟ ଅବସ୍ଥାରେ ପଡ଼ିଥିବାବେଳେ ବାହାରକୁ କାମ ପାଇଁ ଯାଇଥିବା ମହିଳାଙ୍କ ସ୍ୱାମୀ ଖବର ପାଇ ବାଇକ୍ରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ସେ ଏବେ ବାଲେଶ୍ୱର ଡାକ୍ତରଖାନାରେ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି ।
ମିଳିଥିବା ସୂଚନା ମୁତାବକ, ଚୌମୁଖ ଗ୍ରାମର ଜନ୍ମେଜୟ ପାତ୍ରଙ୍କ ପତ୍ନୀ ସୋନାଲୀ(୨୪) ରବିବାର ସକାଳ ୯ଟାରେ ଘର ନିକଟସ୍ଥ ପାନବରଜରେ ପାଣି ଦେବାକୁ ଯାଇଥିଲେ । ସେ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘରର ମହିଳାମାନେ ତାଙ୍କୁ ଖୋଜିବା ପାଇଁ ପାନବରଜ ନିକଟକୁ ଯାଇଥିଲେ । ଖୋଜାଖୋଜି କରୁଥିବା ବେଳେ ପାନବରଜ ନିକଟ ଗୋଟିଏ ସ୍ଥାନରେ ବାଲି ଉଚ୍ଚ ହୋଇ କିଛି ପୋତାଯାଇଥିବା ଭଳି ଦେଖିବାକୁ ପାଇଥିଲେ । ବାଲି ଆଡେଇବାରୁ ପ୍ରଥମେ ସୋନାଲୀଙ୍କ ଗୋଡ଼ ଦୁଇଟି ଦେଖିବାକୁ ମିଳିଥିଲା । ଗୋଡ଼ ଧରି ଟାଣିବାରୁ ତାଙ୍କର ମୃତଦେହ ବାଲି ଭିତରୁ ବାହାରିଥିଲା । ଶରୀର ଗରମ ଥିବାରୁ କାଳେ ସେ ବଞ୍ଚିଥିବେ ଭାବି ମହିଳାମାନେ ତାଙ୍କ ମୁହଁରେ ପାଣି ଛିଞ୍ଚିଥିଲେ । କିନ୍ତୁ ସେତେବେଳକୁ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ସୋନାଲୀଙ୍କୁ ବଳାକ୍ରାର ପରେ ହତ୍ୟା କରାଯାଇ ବାଲିରେ ପୋତି ଦିଆଯାଇଥିବା ମହିଳାମାନେ ସନେ୍ଦହ କରିଥିଲେ । ଖବର ପାଇ ବହୁ ଗ୍ରାମବାସୀ ଘଟଣା ସ୍ଥଳରେ ରୁଣ୍ଡ ହୋଇଥିଲେ । ସୋନାଲୀଙ୍କ ଡାହାଣ ଗୋଡ଼ ଆଣ୍ଠୁ ତଳେ ଏକ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ଅଧିକ ଅନୁସନ୍ଧାନ କରାଯିବାରୁ ଗ୍ରାମର ସ୍ୱର୍ଗତ ହରିପଦ ବେହେରାଙ୍କ ପୁଅ ମହେଶ୍ୱର ପାଖରେ ଥିବା ତାଙ୍କ ବାଇଗଣ ବାଡ଼ିରେ ମାଟି ତାଡୁଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ । ଗ୍ରାମବାସୀ ତାଙ୍କୁ ସନେ୍ଦହରେ ଅଟକ ରଖି ପୁଲିସ୍କୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ସହ ମୃତଦେହ ଜବତ କରିଛି । ଅଟକ ମହେଶ୍ୱରକୁ ଅଧିକ ପଚରାଉଚୁରା ପାଇଁ ଥାନାକୁ ଧରିନେଇଛି ପୁଲିସ । ଅନ୍ୟ ପକ୍ଷରେ ମୃତ ସୋନାଲୀଙ୍କ ସ୍ୱାମୀ ଜନ୍ମେଜୟ ଜଣେ ଟ୍ରାକ୍ଟର ଚାଳକ । ସେ ବାଲେଶ୍ୱର ନିକଟସ୍ଥ ନିଧିପଣ୍ଡା ଗ୍ରାମରେ ଟ୍ରାକ୍ଟର ଚଳାଇବା କାର୍ଯ୍ୟରେ ରବିବାର ନିୟୋଜିତ ଥିଲେ । ଖବର ପାଇ ଏକ ବାଇକ୍ରେ ଜନ୍ମେଜୟ ଘରକୁ ଫେରୁଥିବା ବେଳେ ଲଙ୍ଗଳେଶ୍ୱର ନିକଟରେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ବାଲେଶ୍ୱର ଡାକ୍ତରଖାନା ପଠାଇଥିଲେ । ଏହି ଦମ୍ପତିଙ୍କର ୩ ବର୍ଷର ପୁଅଟିଏ ରହିଛି । ଏବେ ଗ୍ରାମରେ ଏହା ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୁଲିସ ଘଟଣାର ତଦନ୍ତ କରି ଦୋଷୀକୁ ବାହାର କରିିବ ବୋଲି ଆଇଆଇସି ବିମଳ ନାୟକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons