ବାଲୁଗାଁରେ ଖୋଲିଲା କୋଲକାତା ଟ୍ରେଣ୍ଡ୍ସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ):ବାଲୁଗାଁ ମେନ୍ରୋଡ୍ସ୍ଥିତ ଇନ୍ଦ୍ର ମାର୍କେଟରେ ଖୋଲିଯାଇଛି କୋଲକାତା ଟ୍ରେଣ୍ଡ୍ସ ସୋ’ରୁମ୍ । ୬ ହଜାର ବର୍ଗଫୁଟ ପରିମିତ ୩ ମହଲାବିଶିଷ୍ଟ ଏହି ସୋ’ରୁମ୍କୁ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଉଦ୍ଘାଟନ କରିଥିଲେ । ଏଥିରେ କମ୍ପାନିର ନିର୍ଦ୍ଦେଶକ ଆଶୀଷ ସାହଲ ଉପସ୍ଥିତ ଥିଲେ । ଓଡ଼ିଶାରେ ଏହା କମ୍ପାନିର ଦ୍ୱିତୀୟ ସୋ’ରୁମ୍ । କଟକର ବଜ୍ରକବାଟି ରୋଡ୍ରେ ଏହାର ପ୍ରଥମ ସୋ’ରୁମ୍ ରହିଛି ।
ଉଦ୍ଘାଟନୀ ଉତ୍ସବ ଉପଲକ୍ଷେ ପ୍ରତି ୪୯୯ ଟଙ୍କାର ସାମଗ୍ରୀ କ୍ରୟରେ ନିଶ୍ଚିତ ଉପହାର ରହିଥିବାବେଳେ ସ୍କ୍ରାଚ୍କାର୍ଡ ମାଧ୍ୟମରେ ରୁପା ମୁଦ୍ରା ଜିତିବାର ସୁଯୋଗ ରହିଛି । ଏହା ସୀମିତ ସମୟ ପାଇଁ ଉପଲବ୍ଧ ।
ସବୁବର୍ଗର ପୁରୁଷ, ମହିଳା ଏବଂ ପିଲାମାନଙ୍କ ପାଇଁ ଏହି ମଲ୍ରେ ଟ୍ରେଣ୍ଡି ପୋଷାକ ଏବଂ ଶାଢ଼ି ଉପଲବ୍ଧ । ଏହାସହିତ ବିଭିନ୍ନ ପ୍ରକାର ଆସେସରିଜ୍ ମଧ୍ୟ ଉପଲବ୍ଧ ଥିବା କୋଲକାତା ଟ୍ରେଣ୍ଡ୍ସର ଶାଖା ପରିଚାଳକ ଧୀରେନ୍ଦ୍ର ଯୋଶି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons