ବାଲୁଗାଁ ବାଇପାସ୍ରେ ଟ୍ରକ୍ ଦୁର୍ଘଟଣା:୨ ମୃତ, ଜଣେ ଗୁରୁତର

Get real time updates directly on you device, subscribe now.

ଚିଲିକା,(ବି.ବି.ନ୍ୟୁଜ୍): ବାଲୁଗାଁ ନିକଟସ୍ଥ ୧୬ନଂ ଜାତୀୟ ରାଜପଥ ବାଇପାସ୍ ରାସ୍ତାର ବେଲପଡ଼ା ଛକଠାରେ ବୁଧବାର ଭୋର ୫ଟା ସମୟରେ ଏକ ପଥର ବୋଝେଇ ଟ୍ରକ୍ ପଛରେ ଏକ ଧାନ ବୋଝେଇ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଦ୍ୱୟ ଟାଙ୍ଗି ଥାନା ଅଞ୍ଚଳର ଡ୍ରାଇଭର ମୁନା ପାତ୍ର(୪୦) ଓ ଚଣ୍ଡେଶ୍ୱର ଗ୍ରାମର ହେଲପର୍ ସୁଦର୍ଶନ ବେହେରା(୪୫) ବୋଲି ଜଣାପଡ଼ିଛି । \nଖବରରୁ ପ୍ରକାଶ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଚଣ୍ଡେଶ୍ୱରରୁ ବାଲୁଗାଁ ଅଭିମୁଖେ ଏକ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍(ଓଆର୦୯ଇ ୩୦୪୨) ଆସୁଥିବା ବେଳେ ବେଲପଡ଼ା ଗ୍ରାମ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତା ପାଶ୍ୱର୍ରେ ଅଟକି ରହିଥିଲା । ଡ୍ରାଇଭର ମୁନା ଓ ହେଲପର ସୁଦର୍ଶନ ଟ୍ରକ୍ଟିକୁ ମରାମତି କରୁଥିବା ବେଳେ ଆଜି ଭୋର ପ୍ରାୟ ୫ଟା ସମୟରେ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ଧାନ ବୋଝେଇ ଟ୍ରକ୍ (ଏପି୦୩ଟିଇ ୯୮୬୦) ପଥର ବୋଝେଇ ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲା । ଫଳରେ ଟ୍ରକ୍ଟି କିଛିବାଟ ଗଡ଼ି ଯାଇ ରାସ୍ତା ପାଶ୍ୱର୍ରେ ଥିବା ବିଲ ମଧ୍ୟରେ ଓଲଟି ପଡିଥିଲା । ଟ୍ରକ୍ ଚକ ତଳେ ଚାପି ହୋଇ ଚାଳକ ମୁନା ପାତ୍ର ଓ ହେଲପର ସୁଦର୍ଶନ ବେହେରାଙ୍କର ମୃତ୍ୟୁ ହୋଇଯାଇଥିଲା । ସେହିଭଳି ଉକ୍ତ ଟ୍ରକ୍ର ଶ୍ରମିକ ବିନ୍ଧାଣିଆ ଗ୍ରାମର କୃଷ୍ଣଚନ୍ଦ୍ର ବେହେରା ଗୁରୁତର ଆହତ ହୋଇଛନ୍ତି । ଅପରପକ୍ଷରେ ଧାନ ବୋଝେଇ ଟ୍ରକ୍ର ଚାଳକ ଓ ହେଲପର ଫେରାର ହୋଇ ଯାଇଛନ୍ତି । ଖବର ପାଇ ବାଣପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଶବ ଦୁଇଟି ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons